June 24, 2026

ଓଏସଏପି ଅଷ୍ଟମ ବାଟାଲିୟାନ ରେ ଵଡାଖାନା କାର୍ଯ୍ୟକ୍ରମରେ ଦୁର୍ଗପତିଙ୍କୁ ସମର୍ଦ୍ଧନା

depo
Share

 

 

 

ଗଞ୍ଜାମ ସହର ଅନତିଦୂରରେ ରହିଥିବା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୁର୍ଗପତି ଶାରଦା ପ୍ରସାଦ ଦାଶ ଯୋଗଦେଇ ବାଟାଲିୟନ ରେ କାର୍ଯ୍ୟରତ ସମସ୍ତ ଅଫିସର, ହାବିଲଦାର, ସିପାହୀ, ଓ ଓଡ୍ରାପ ବାହିନୀ ଙ୍କ ସୁଖ ସମୃଦ୍ଧି କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଏସ ପି ଜଗ ମୋହନ ମିନା ଯୋଗଦେଇ ବାଟାଲିୟାନ ସମ୍ପର୍କରେ ଆଲୋଚନା କରିଥିଲେ l ସେହିପରି ନିମନ୍ତ୍ରିତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ l ଏହି ଅବସରରେ ନୃତ୍ୟ ଗୀତରେ ଆସର ଜମିଥିଲା l ସୁସ୍ୱାଦୁ ଖାଦ୍ୟ ରେ ସମସ୍ତେ ଆପ୍ୟାୟିତ କରାଯାଇଥିଲା l
ଗଞ୍ଜାମ ସହର ର ପବିତ୍ର ଦୋଳଯାତ୍ରା ରେ ଗ୍ରୀଷ୍ମ ପ୍ରବାହ ସମୟରେ ବାଟାଲିୟାନ ପକ୍ଷରୁ ପଣା ବଣ୍ଟନ କରାଯିବା ସହ ଜଳ ସିଞ୍ଚନ କାର୍ଯ୍ୟକ୍ରମ କରାଯାଇଯୋଗୁଁ ଗଞ୍ଜାମ ସହରବାସୀଙ୍କ ପକ୍ଷରୁ ଦୁର୍ଗପତି ଶ୍ରୀ ଦାଶ ଙ୍କୁ ଉପଢୌକନ ସହ ଜଗତରନାଥ ଜଗନ୍ନାଥ ଙ୍କ ଫୋଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା l ପ୍ରମୋଦ କୁମାର ପଣ୍ଡା, ଗିରିଶ ଆଚାର୍ଯ୍ୟ, ଦୁର୍ଗା ମାଧବ ପାଣିଗ୍ରାହି, ଉମାକାନ୍ତ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ l( ପ୍ରଦୀପ କୁମାର ପଣ୍ଡା)