May 19, 2024

ମୁଣ୍ଡ ଉପରେ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ ପ୍ରାର୍ଥୀ ପରିବର୍ତ୍ତନ ନ କଲେ ଦଳ ଛାଡିବାକୁ ଚେତାବନୀ …

Share

ଗୁଣପୁର -ମାସକ ପରେ ସାଧାରଣ ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ରାୟଗଡା ଜିଲ୍ଲା କଂଗ୍ରେସ ରେ ଏବେ ଅସନ୍ତୋଷ ତୀବ୍ର ଭାବରେ ବଢିଚାଲିଛି । ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ସତ୍ୟଜିତ ଗମାଙ୍ଗ ଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି । ହେଲେ ଅନ୍ୟ ଦଳ ତଥା ଅଣ କଂଗ୍ରେସ ରୁ ନବାଗତ ଆସିଥିବା ସତ୍ୟଜିତ କୁ ଦଳ କେଉଁ ଆଧାରରେ ପ୍ରାର୍ଥୀ କରିଛି ଅସଲ କଂଗ୍ରେସ କର୍ମୀ ଓ ତୃଣମୂଳ ସ୍ତରର ନେତା ଙ୍କ ବିନା ପରାମର୍ଶ ରେ ଜଣେ ଅଣ କଂଗ୍ରେସ ତଥା ଅନ୍ୟ ଦଳର ବିଦ୍ରୋହୀ ନେତା ଙ୍କ ପ୍ରରୋଚନାରେ ସତ୍ୟଜିତ ଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଅଭିଯୋଗ ହୋଇଛି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ଜିଲ୍ଲା କଂଗ୍ରେସ ର ଦୁର୍ଗା ପଣ୍ଡା ଏଥିରେ ଖଳନାୟକ ତଥା ସକୁନି ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଜି କଂଗ୍ରେସର କର୍ମୀ, ଆଶାୟୀ ପ୍ରାର୍ଥୀ,ତୃଣମୂଳ ସ୍ତରୀୟ ନେତା ମାନେ ଗୁଡାରି ବ୍ଲକ୍ ସିରିଗୁଡା ଠାରେ ଏକତ୍ର ହୋଇ ଆଲୋଚନା କରିଥିଲେ । ଯଦି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ସତ୍ୟଜିତ ଙ୍କୁ ହଟା ନ ଯାଏ ତେବେ ଦଶ ହଜାର ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଓ ନେତା ଦଳ ଛାଡିବେ ବୋଲି ଚେତାବନୀ ଦେଇଛନ୍ତି ।(ସୁରେନ୍ଦ୍ର ମହାନ୍ତି )