May 19, 2024

କନିଷ୍ଠ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ

Share

 

ଗୁଣୁପୁର,-ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡା ଙ୍କୁ ଦୁର୍ନୀତି ନିବାରଣ ଅଦାଲତ ପକ୍ଷରୁ ୩ ବର୍ଷ ଜେଲ ଦଣ୍ଡ ସହ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା, ଜରିମାନା ଅନାଦେୟ ଅତିରିକ୍ତ ଛଅ ମାସ ଜେଲ ଦଣ୍ଡ ବିଧାନ କରାଯାଇଛି । କାର୍ଯ୍ୟ ସମୟରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରି ମାମଲା ରୁଜ୍ଜୁ କରାଯାଇଥିଲା । ପୂର୍ବତନ ପୁଲିସ ଇନିସ୍ପେକ୍ଟର ଅନନ୍ତ ପ୍ରସାଦ ମଲ୍ଲିକ ମାମଲାର ତଦନ୍ତ କରୁଥିବା ବେଳେ ସସିଧର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।(ସୁରେନ୍ଦ୍ର ମହାନ୍ତି )