June 30, 2026

ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ କୁଜଙ୍ଗରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ

IMG-20260630-WA0101
Share

 

 

କୁଜଙ୍ଗ

(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଅଧୀନରେ ପାରାଦ୍ୱୀପ ନିର୍ବାଚନମଣ୍ଡଳୀ ର କୁଜଙ୍ଗ ବ୍ଲକରେ ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ରାଜ୍ୟର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରି ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପୁନରାବୃତ୍ତି କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ତାଳପଡ଼ା ଗ୍ରାମସ୍ଥିତ ମା’ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଭୋଗ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ବରୁଣ୍ଡି ଗ୍ରାମରେ ନୂତନ ଗୋଷ୍ଠୀ ସଭାଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଖୁଣ୍ଟଳ ଗ୍ରାମରେ ନବନିର୍ମିତ ଗୋଷ୍ଠୀ ସଭାଗୃହକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ମନ୍ଦିରରେ ଭୋଗ ମଣ୍ଡପ ନିର୍ମାଣ ହେଲେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆବଶ୍ୟକ ସୁବିଧା ବୃଦ୍ଧି ପାଇବ । ସେହିପରି ଗୋଷ୍ଠୀ ସଭା ଗୃହଗୁଡ଼ିକ ସ୍ଥାନୀୟ ଲୋକଙ୍କ ସାମାଜିକ, ସାଂସ୍କୃତିକ ଓ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି କରିବ । ଏହା ଗ୍ରାମର ସାମାଜିକ ସଂହତିକୁ ଅଧିକ ସୁଦୃଢ଼ କରିବା ସହ ପଞ୍ଚାୟତର ସାମଗ୍ରିକ ବିକାଶରେ ସହାୟକ ହେବ । ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ମାଧ୍ୟମରେ ଗାଁରେ ଆବଶ୍ୟକ ଭିତ୍ତିଭୂମି ସୁବିଧା ବୃଦ୍ଧି ପାଇବା ସହ ଲୋକଙ୍କ ଜୀବନ ଯାପନର ମାନରେ ଉନ୍ନତି ଆସିବ । ଏଭଳି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ରାଜ୍ୟର ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟକୁ ସାକାର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ ପ୍ରକାଶ କରିଥିଲେ ।