June 30, 2026

ପବିତ୍ର ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ୫୦୦୦ ପଦ୍ମଫୁଲ ଅର୍ପଣ କରିଲେ ରାଧେଶ୍ୟାମ

IMG-20260630-WA0089
Share

ପ୍ରତିବର୍ଷ ଭଳି ଚଳିତବର୍ଷ ସ୍ନାନପୁର୍ଣିମାରେ ମହାପ୍ରଭୁଙ୍କୁ ସ୍ନାନମଣ୍ଡପରେ ତୁଳସୀମାଳ ସହିତ ପାଞ୍ଚହଜାର ପଦ୍ମଫୁଲ ଅର୍ପଣ କରିଲେ ରାଧେଶ୍ୟାମ l ରାଧେଶ୍ୟାମ ହେଉଛନ୍ତି ପୁରୀ ସହର ଚୁଡ଼ଙ୍ଗସାହିର ବିହାରୀ ସାହୁଙ୍କ ପୁତ୍ର l ରାଧେଶ୍ୟାମଙ୍କ କହିବାନୁସାରେ ପିଲାବେଳେ ବାପାଙ୍କ ସହିତ ପ୍ରତିଦିନ ଶ୍ରୀମନ୍ଦିର କାଳିଆ ଦର୍ଶନ ପାଇଁ ଯାଆନ୍ତି l ବାପା ବିହାରୀ ସାହୁ ଶ୍ରୀମନ୍ଦିର ଗଲାବେଳେ ସବୁଦିନ କିଛି ତୁଳସୀ ନେଇ ଯାଆନ୍ତି l ପିଲାବେଳେ ରାଧେଶ୍ୟାମ ଏସବୁ କିଛି ବୁଝି ପାରନ୍ତିନି l ଯେତେବେଳେ ରାଧେଶ୍ୟାମ ବଡ଼ହୋଇ ଜାଣିବାକୁ ପାଇଲେ ଯେ ତୁଳସୀ ମହାପ୍ରଭୁଙ୍କ ର ଅତିପ୍ରିୟ ସେବେଠାରୁ ଖଣ୍ଡିଆବନ୍ଧ ଗ୍ରାମରେ ଏକ ତୁଳସୀ ବଗିଚା କରି ମହାପ୍ରଭୁଙ୍କ ଉଦେଶ୍ୟରେ ପ୍ରତିଦିନ ତିନିଝୁଡି ତୁଳସୀ ପ୍ରଦାନ କରିଆସିବା ସହିତ ପ୍ରତିବର୍ଷ ସ୍ନାନପୂର୍ଣ୍ଣିମା ରେ ତୁଳସୀ ମାଳ ଏବଂ ପଦ୍ମଫୁଲ ଯୋଗାଇ ଆସୁଛନ୍ତି l ଏଥିସହିତ ରଥଯାତ୍ରା ରେ ତୁଳସୀ ସେବା ସହିତ ପାଞ୍ଚହଜାର ରସଗୋଲା ମହାପ୍ରଭୁଙ୍କୁ ସମର୍ପଣ କରି ଭକ୍ତଙ୍କୁ ବାଣ୍ଟିବା ସହିତ ଅଲାରନାଥ ଙ୍କ ଅନବସର ଯାତ୍ରାରେ ତୁଳସୀ ଯୋଗାଇ ଆସୁଛନ୍ତି ରାଧେଶ୍ୟାମ l ରାଧେଶ୍ୟାମଙ୍କ କହିବାନୁସାରେ ମହାପ୍ରଭୁ ପ୍ରତିବର୍ଷ ପରୀକ୍ଷା କରୁଛନ୍ତି l କିନ୍ତୁ ଯେତେ ଅସୁବିଧା ଥିଲେବି ମହାପ୍ରଭୁଙ୍କ ସେବା ବନ୍ଦ କରବିନାହିଁ କହିଛନ୍ତି ଭକ୍ତ ରାଧେଶ୍ୟାମ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ