June 30, 2026

ପବିତ୍ର ସ୍ନାନପୂର୍ଣ୍ଣିମା ରେ ଭକ୍ତ ପାଇଁ ମହାପ୍ରଭୁଙ୍କ ଗଜାନନ ବେଶ

IMG-20260630-WA0088
Share

 

ମହାପ୍ରଭୁଙ୍କର ଅପୂର୍ବ ଲୀଳା l ମହାପ୍ରଭୁ ସ୍ନାନପୂର୍ଣ୍ଣିମା ରେ ୧୦୮ ଗରାରେ ସୁନାକୁଅଁ ରୁ ଜଳଆସି ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ଲକ୍ଷଲକ୍ଷ ଭକ୍ତଙ୍କ ଭିଡରେ ସ୍ନାନ କରନ୍ତି l ପରେପରେ ଗଜାନନ ବେସହୁଏ l ରାତିରେ ମହାପ୍ରଭୁଙ୍କୁ ଦଇତାପତି ସେବକମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ଗୃହକୁ ନିଅନ୍ତି l ମହାପ୍ରଭୁ ଅଣସରରେ ପନ୍ଦରଦିନ ରୁହନ୍ତି l ଏହି ସମୟରେ ପଟି ଦିଅଁ ପୂଜା ପାଆନ୍ତି l ମହାପ୍ରଭୁଙ୍କୁ ଦର୍ଶନ ନପାଇ ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରି ର ଅଲାରନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରିବାର ପୁଣ୍ୟ ଅର୍ଜନ କରିଥାନ୍ତି l ମହାପ୍ରଭୁଙ୍କ ଗଜାନନ ବେଶ ଭକ୍ତଙ୍କ ପାଇଁ ହୋଇଥାଏ ବୋଲି କହିଛନ୍ତି ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ଦାସ l ପୂରାଣକଥନୁସାରେ ମହାରାଷ୍ଟ୍ରର ଗଣେଶ ଭକ୍ତ ଗଣେଶ ଭଟ୍ଟ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ରେ ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଆସିଥିଲେ l କିନ୍ତୁ ସେ ମହାପ୍ରଭୁଙ୍କୁ ଦର୍ଶନ କରିଲେ କିନ୍ତୁ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦେଖିବାକୁ ନପାଇ ମନଦୁଃଖ ରେ ଚାଲିଯାଇଥିଲେ l ମହାପ୍ରଭୁ ଭକ୍ତଙ୍କ ମନକୁ ଜାଣିପାରନ୍ତି ତେଣୁ ଗଣେଶ ଭଟ୍ଟ ମନଦୁଃଖ ରେ ଫେରି ତୁଳସୀଚଉରା ଠାରେ ହୋଇଥିବା ବେଳେ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହୋଇଥିଲା l ଗଣେଶ ଭଟ୍ଟ ସେହିଠାରୁ ଫେରିଆସି ସ୍ନାନମଣ୍ଡପ ରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି ଆନନ୍ଦିତ ହୋଇଥିଲେ l ସେବେଠାରୁ ସ୍ନାନମଣ୍ଡପ ରେ ମହାପ୍ରଭୁ ଙ୍କ ଗଜାନନ ବେଶ ହୋଇଆସୁଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l