March 7, 2026

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ନୂତନ ଗୋଷ୍ଠି ଶିକ୍ଷାଧିକାରୀ ଭାବରେ ଟି. କିଶୋର କୁମାରଙ୍କ ଯୋଗଦାନ

IMG-20230805-WA0004
Share

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ନୂତନ ଗୋଷ୍ଠି ଶିକ୍ଷାଧିକାରୀ ଭାବରେ ଟି. କିଶୋର କୁମାରଙ୍କ ଯୋଗଦାନ

ପାରଳାଖେମୁଣ୍ଡି:୫/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ନୂତନ ଭାରପ୍ରାପ୍ତ ଶିକ୍ଷାଧିକାରୀ ଭାବେ ଟି. କିଶୋର କୁମାର ଯୋଗ ଦେଇ ଥିବା ଜଣା ପଡ଼ିଛି ସେ କିଛି ବର୍ଷ ପୂର୍ବେ ରାୟଗଡ଼ ବ୍ଲକ ରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ପରବର୍ତ୍ତୀ ସମୟରେ ଏ ବିଇଓ କାର୍ଯ୍ୟ କରିବା ପରେ ବର୍ତ୍ତମାନ୍ ଘୋଷଣି ବ୍ଲକରେ ବିଇଓ ଥିବାବେଳେ ତାଙ୍କୁ ରାୟଗଡ଼ ବ୍ଲକ ର ବିଇଓ ଦାୟିତ୍ଵ ମିଳିଛି l
ରାୟଗଡ ବ୍ଲକର ଭାର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ସହ ଶ୍ରୀ କିଶୋର କୁମାର କହିଛନ୍ତି ଯେ ଆଜିଠାରୁ ଠିକ୍ ଭାବର ଅଫିସ ପରିଚାଳନା କରିବା ମୋର ଦାୟିତ୍ଵ ଅଟେ ଏଣୁ ଏଥି ପାଇଁ ବ୍ଲକର ଜନ ସାଧରଣ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ କାମନା କରିଥିଲେ l ଏଠାରୁ ବିଇଓ ମନରଞ୍ଜନ ସେଠୀ ଯିବା ପରେ ବିଇଓ ପଦବୀ ଦୀର୍ଘବର୍ଷ ହବ ଖାଲି ରହିଥିଲା l ତେବେ ରାୟଗଡ଼ ବ୍ଲକ କୁ ପୂର୍ଣ୍ଣ କାଳୀନ ଗୋଷ୍ଠୀ ଶିକ୍ଷାଧିକାରି କେବେ ମିଳିବ ବାକିରହିଲା