May 10, 2026

ଉମରକୋଟ ବ୍ଲକ ଅଧିନସ୍ଥ ବୁର୍ଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ………

IMG-20250305-WA0000
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ଅଧିନସ୍ଥ ବୁର୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହିମାଂଶୁ ଆଚାରୀ ସଭାପତିତ୍ବ କରିଥିଲା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଆର୍ ଧନୁର୍ଜୟ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯକ୍ରମ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଶ୍ରୀଯୁକ୍ତ ଘାସିରାମ ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଜୟ କଲାର, ଶ୍ରୀଯୁକ୍ତ ଶ୍ବେତାମ୍ବର ମାଝୀ, ପ୍ରକାଶ ହରିଜନ, ଚନ୍ଦ୍ର ସିଂ ଗଣ୍ଡ, ପ୍ରହଲ୍ଲାଦ ସେଠିଆ, ସର୍ବଦା ସୁନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଦୀପକ ମଣ୍ଡଲ, ନଳିନୀପ୍ରଭା ପରିଡ଼ା, ଦୀପ୍ତି ମଲ୍ଲିକ, ଅମିତା ଭତ୍ରା, ରାଣୀ ପଟ୍ଟନାୟକ, ମଧୁସ୍ମିତା ଦାସ, ହିନାମୟୀ ଦାସ, ଶିଳ୍ପୀ ସଂଗୀତା ମଲିକ, ଅନିତା ପାତ୍ର ସୁପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ଦିପକ ମଣ୍ଡଲ ଧନ୍ୟବାଦ ଅର୍ପଣ କରିଥିଲେ । ଅଳକାରାଣୀ ବାଛାର, ଡମ୍ବରୁଧର ଭତ୍ରା, ସୁଶାନ୍ତ କୁମାର ମିଶ୍ର, ଫୁଲମା ମାଝୀ, ତୁଳାବତୀ ଭତ୍ରା, ସବିତା ଗଣ୍ଡ,ଡୁମଣି ମାଝୀ,ରମାବତୀ ମାଝୀ,ଶିଲାମଣି ବାଘ,ସରସ୍ବତୀ ମାଝୀ ପ୍ରମୁଖ ସହଯୋଗ

କରିଥିଲେ ।