April 29, 2026

କୋରାପୁଟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା – ୨୦୨୬

IMG-20260205-WA0117
Share

ସ୍ଥାନ:- ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ, କୋରାପୁଟ

 

ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଳ୍ୟରେ ‘ନିଯୁକ୍ତି ମେଳା – ୨୦୨୬’ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଜିଲ୍ଲାର ମୋଟ ୧୩୩୭ ଜଣ ଆଶାୟୀ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ପାଇଁ ଏହି ମେଳାରେ ମୋଟ ୩୬ ଜଣ ନିଯୁକ୍ତିଦାତା ଏବଂ ୧୦ ଜଣ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ସଂସ୍ଥା ଅଂଶଗ୍ରହଣ କରିଥିଲେ। ମେଳାର ଶେଷ ସୁଦ୍ଧା ଚୟନ ପ୍ରକ୍ରିୟା ମାଧ୍ୟମରେ ମୋଟ ୫୭୮ ଜଣ ପ୍ରାର୍ଥୀ ବିଭିନ୍ନ ନିଯୁକ୍ତିଦାତାଙ୍କ ଦ୍ୱାରା ମନୋନୀତ ହୋଇଥିବାବେଳେ, ୩୬୭ ଜଣ ପ୍ରାର୍ଥୀ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇଁ ନିଜର ନାମ ପଞ୍ଜିକରଣ କରିଛନ୍ତି।

କାର୍ଯ୍ୟକ୍ରମର ଶୁଭାରମ୍ଭ ସକାଳ ୧୧:୦୦ ଘଟିକାରେ ପ୍ରଦୀପ ପ୍ରଜ୍ଜ୍ୱଳନ ଉତ୍ସବ ମାଧ୍ୟମରେ ହୋଇଥିଲା । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଏବଂ ଭାରତୀୟ ସେନା ନିଯୁକ୍ତି କାର୍ଯ୍ୟାଳୟ (ଗୋପାଳପୁର) ର ନିର୍ଦ୍ଦେଶକ କର୍ଣ୍ଣେଲ ଗଗନଦୀପ ସିଂହ ଯୋଗଦେଇ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟ ଅତିଥିଙ୍କ ଅଭିଭାଷଣ: ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ଏବଂ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ସରକାରଙ୍କ ଦକ୍ଷତା ବିକାଶ ଯୋଜନାର ସୁଫଳ ବିଷୟରେ ଆଲୋକପାତ କରିଥିଲେ ଓ ‘ନିଯୁକ୍ତି ମେଳା ରେ ଭାଗ ନେଉଥିବା କର୍ମସଂସ୍ଥାନ ମାନଙ୍କ ପକ୍ଷ ରୁ ଦିଆଯାଉଥିବା ସୁଯୋଗର ସଦୁପଯୋଗ କରିବାକୁ ପ୍ରୋତ୍ସାହିତ କରିଥିଲେ ।

ସଫଳତା ଓ ନିଯୁକ୍ତି ପତ୍ର ପ୍ରଦାନ:

• ନାନୋ ୟୁନିକର୍ଣ୍ଣ ସଫଳ ଯୁବ ଉଦ୍ୟୋଗୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଜେନା ଏବଂ ଶ୍ରୀ ବାବୁଲା ଖିଲୋଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

• ସଫଳତାର କାହାଣୀ: ଯୋଜନା ମାଧ୍ୟମରେ ବୈପାରୀଗୁଡା ବ୍ଲକର ସୁମିତ୍ରା ହରିଜନ ଟେକ୍ସଟାଇଲ୍ ଶିଳ୍ପରେ ନିଯୁକ୍ତି ପାଇ ନିଜର ସଫଳତା କାହାଣୀ ବର୍ଣ୍ଣନା କରିଥିଲେ ।

• Vibrant Infotech, Kolkata: ନାରାୟଣପାଟଣାର ରାଗିଣୀ ଭାଣ୍ଡି ଏବଂ ନନ୍ଦିନୀ ଲୁହାଙ୍କୁ ଜୁନିୟର ସଫ୍ଟୱେୟାର ଡେଭଲପର ଭାବେ ମାସିକ ୧୭,୧୧୭ ଟଙ୍କା ଦରମାରେ ମାନ୍ୟବର ଅତିଥିମାନଙ୍କ କରକମଳରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ପୂଜା ଚୌଧୁରୀ, ବର୍ଷା ରାନୀ ପ୍ରଧାନ ଏବଂ କ୍ରିଷ୍ଣା ଗୌଡ଼ ମାସିକ ୧୯,୦୦୦ ଟଙ୍କା ଦରମାରେ ମାନ୍ୟବର ଅତିଥିମାନଙ୍କ କରକମଳରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।୫ ଜଣ ପ୍ରାର୍ଥୀଙ୍କୁ ସିଲେଇ ମେସିନ୍ ଅପରେଟର ଭାବେ ରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ପରିଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅବିନାଶ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ | ସମଗ୍ର କାର୍ଯ୍ୟକ୍ରମଟି ଶ୍ରୀ ସତ୍ୟ ନାରାୟଣ ମିଶ୍ର, ଶ୍ରୀ ଯୁଗଳ କିଶୋର, ଶ୍ରୀମତୀ ନନ୍ଦିନୀ ପ୍ରଭା ଭୋଇ, ଶ୍ରୀମତୀ ପ୍ରଣତି କର ଏବଂ ପିରାମଲ୍ ଫାଉଣ୍ଡେସନର କର୍ମଚାରୀଙ୍କ ଦ୍ୱାରା ସୁପରିଚାଳିତ ହୋଇ ଅପରାହ୍ନ ୩:୦୦ ଘଟିକାରେ ଉଦ୍‌ଯାପିତ ହୋଇଥିଲା । କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed