August 26, 2026

14 ଦଫା ଦାବି ନେଇ ନିଖିଳ ଓଡିଶା ଆଶାକର୍ମୀ ପକ୍ଷରୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୁଖ ରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ

IMG-20260205-WA0116
Share

ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଚଉଦ ଦଫା ଦାବିନେଇ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖ ରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ତେବେ ଏହି ବିକ୍ଷୋଭ ପ୍ରଦର୍ଶନ ରେ କୁଜଙ୍ଗ ବ୍ଲକ ଅଧୀନରେ ଥିବା ବିଭିନ୍ନ ପଂଚାୟତ ର ଆଶାକର୍ମୀ ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l 2005 ମସିହା ରୁ ଆଶାକର୍ମୀ ମାନେ ସରକାର ଙ୍କ ସମସ୍ତ କାର୍ଯ୍ୟ ସୁଚାର ରୂପେ କରି ଆସୁଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଭିତିରେ ଆଶାକର୍ମୀ ମାନଙ୍କୁ ପଦୋନ୍ନତି କରିବା, ଅବସର ପରେ ମାସିକ ଦଶ ହଜାର ପେନସନ ପ୍ରଦାନ କରିବା, ଦୀର୍ଘଦିନ ହେବ କାର୍ଯ୍ୟରତ ଥିବା ବେଳେ ଦରମା ଅବିବୃଦ୍ଧି କରିବା ତା ସହିତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଆଶାକର୍ମୀ ମାନଙ୍କ ପାଇଁ ଗୃହ ନିର୍ମାଣ କରିବା ଏହି ଭଳି ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି l ତେବେ ଦିଆଯାଇ ଥିବା ଦାବିପତ୍ର ଉପରେ ସରକାର ଯଦି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନ ରେ ଆଶାକର୍ମୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ଓହ୍ଲାଇବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l। (ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର)