April 28, 2026

ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡରେ ପୂର୍ଣ୍ଣାହୁତି ସହିତ ହରିହର ଭେଟ ସମ୍ପନ୍ନ ..

IMG-20260205-WA0115
Share

 

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଆଳୁପାଟଣା ଗ୍ରାମର ଚିଲିକା କୂଳରେ ଏଗାର ଦିନ ଚାଲିଥିବା ବାବା ଚଉବରଙ୍କ ପୀଠରେ ୭୨ତମ ବିଶ୍ଵଶାନ୍ତି ମହାଯଜ୍ଞ ମହାଡ଼ମ୍ବରରେ ସମ୍ପନ୍ନ ହୋଇଛି l ଏହି ପୂର୍ଣ୍ଣାହୁତି ଉତ୍ସବକୁ ଅନୁଷ୍ଠାନ ର ସଭାପତି ସ୍ୱାଧୀନ କୁମାର ଜେନାଙ୍କ ଅଧକ୍ଷତାର ପୂର୍ବତନ ସଭାପତି ରବୀନ୍ଦ୍ର ଜେନା, ସମ୍ପାଦକ, ଉପସଭାପତି, କୋଷାଧକ୍ଷ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ସମ୍ପନ୍ନ ହୋଇଥିଲା l ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମୟରେ ହଜାର ହଜାର ଭକ୍ତଙ୍କ ମେଳରେ ପୂର୍ଣ୍ଣାହୁତି ଚାଲିଥିବା ବେଳେ ଯଜ୍ଞମଣ୍ଡପ ଚତୁଃପାର୍ଶ୍ୱରେ ଗ୍ରାମର ମହିଳାମାନେ ଉତ୍ସାହର ସହିତ ସଂକୀର୍ତ୍ତନ କରିଥିଲେ l ବାବାଙ୍କ ଚରୁ ପ୍ରାପ୍ତ ପାଇଁ ଶତାଧିକ ମହିଳା ଗୁହାରିଆ ବସିଥିଲେ l ବାବାଙ୍କ ଚରୁ ପ୍ରସାଦ ସେବନ କରିଲେ ଅପୁତ୍ରିକ ପୁତ୍ରବତୀ ହେବାସହ ବିଭିନ୍ନ ଦୁରାରୋଗ୍ୟ ପାଇଁ ମାନସିକ ରଖିଥିବା ଭକ୍ତମାନେ ଏହି ଚରୁପ୍ରସାଦ ପ୍ରାପ୍ତକରି ରୋଗମୁକ୍ତି ହୁଅନ୍ତି ବୋଲି ପୂର୍ବପୁରୁଷ ମାନେ କହି ଆସିଛନ୍ତି l ପୂର୍ଣ୍ଣାହୁତି ସମ୍ପନ୍ନ ପରେ ଗ୍ରାମରୁ ବିଶ୍ଵାଶାନ୍ତି ମହାଯଜ୍ଞକୁ ନିମନ୍ତ୍ରିତ ହୋଇ ଆସିଥିବା ଦେବଦେବୀ ମାନଙ୍କୁ ଦୋଳରେ ବସାଇ ଗ୍ରାମର ବାଳକ ବାଳିକା, ଯୁବକ ଯୁବତୀ, ପୁରୁଷ ଓ ମହିଳାମାନେ ବିରାଟ ଶୋଭାଯାତ୍ରା ରେ ଘଣ୍ଟଘଣ୍ଟା ମୃଦଙ୍ଗ ର ତାଳେତାଳେ ନୃତ୍ୟ କରି ଗ୍ରାମ ଭ୍ରମଣ କରାଇ ଶେଷରେ ଗାଁ ମଧ୍ୟରେ ଠାକୁରମାନଙ୍କର ହରିହର ଭେଟ କରାଯାଇଥିଲା l ଏହି ହରିହର ଏଭଳି ଆନନ୍ଦ ଦେଉଥିଲା ଯେ ସ୍ଥାନୀୟ ଅଞ୍ଚଳ ଧାର୍ମିକ ବାତାବରଣ ସୃଷ୍ଟି କରିବାସହ ହଜାର ହଜାର ଶ୍ରଦ୍ଧାଳୁ ଏହାକୁ ଆନନ୍ଦର ସହିତ ଉପଭୋଗ କରିଥିଲେ l ପରେପରେ ସମସ୍ତ ଦେବାଦେବୀ ମାନଙ୍କୁ ନିଜନିଜ ମନ୍ଦିର ରେ ପହଞ୍ଚାଇବା ପରେ ବାବା ଚଉବରଙ୍କ ପୀଠରେ ହଜାର ହଜାର ଭକ୍ତ ମାଗଣା ପ୍ରସାଦ ସେବନ କରିବା ସହିତ ଗୀତିନାଟ୍ୟ ଶ୍ରୀକୃଷ୍ଣ ଲୀଳା ଉପଭୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l