ମୁଖ୍ୟ ସଚିବ ଙ୍କୁ ସାକ୍ଷାତ ନିମନ୍ତେ ସମୟ ମାଗିଛି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ମାଲିକ ଓ ସମ୍ପାଦକ ସଂଗଠନ ..
ଗଜପତି (ଗଣେଶ ଚନ୍ଦ୍ର ବିଷୋୟୀ)ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ସଂଗଠନ ମାଲିକ ଓ ସମ୍ପାଦକ ମାନଙ୍କ ତରଫରୁ ସଂଗଠନ ର ଅଧ୍ୟକ୍ଷ ରବି ରଥ ଆଜି ରାଜ୍ୟ ମୁଖ୍ୟ ସଚିବ ଙ୍କୁ ଚିଠି ଲେଖି ସମୟ ମାଗିଛନ୍ତି। ରାଜ୍ୟରେ ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ଖବର କାଗଜ ଗୁଡିକ ଅନେକ ସମସ୍ୟା ଦେଇ ଗତିକରୁଛି ତେଣୁ ଏହାର କିପରି ସମଧାନ ସହ ସରଳ ଭାବେ ପ୍ରକାଶିତ ହେବ ସେ ସମ୍ପର୍କରେ ବିଷଦ ଭାବେ ମୁଖ୍ୟ ସଚିବ ଙ୍କ ସହ ସଂଗଠନ ର ସଦସ୍ୟ ମାନେ ମିଳିତ ଭାବେ ଆଲୋଚନା କରିବା ନିମନ୍ତେ ସମୟ ମାଗିଛନ୍ତି। ସଂଗଠନ ଆଶା ରଖୁଛି ଯଥା ଶୀଘ୍ର ମୁଖ୍ୟ ସଚିବ ମହାଶୟା ନିଶ୍ଚିତ ରୂପେ ସଂଗଠନ କୁ ତାଙ୍କ ବ୍ୟସ୍ତତା ଭିତରୁ କିଛି ସମୟ ବାହାର କରି ସଂଗଠନ ସହ ଆଲୋଚନା ନିମନ୍ତେ ସମୟ ଦେବେ।
