ଆଦିକବି ସାରଳା ଦାସ କଲେଜ ତିର୍ତ୍ତୋଲର ୧୯୮୯ ମସିହାର ପୁରାତନ ଛାତ୍ର ,ଛାତ୍ରୀ ମାନଙ୍କର ଚତୁର୍ଥ ଥର ପାଇଁ ବନ୍ଧୁମିଳନ ..
ଭୁବନେଶ୍ୱରର ଜୟଦେବ ବାଟିକା ଠାରେ ତା୦୪.୦୨.୨୦୨୬ ବୁଧବାର ଦିନ ଖୁବ୍ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏକ ବର୍ଷ ପରେ ପୁରାତନ ଛାତ୍ର ଛାତ୍ରୀମାନେ ପୁଣି ଏକାଠି ହୋଇ ଏହି ବନ୍ଧୁ ମିଳନ ଆସରଟିକୁ ଖୁବ୍ ଧୁମ୍ ଧାମରେ କାଟିଥିଲେ।ରମେଶ ଚନ୍ଦ୍ର ମହାପାତ୍ର ଓ ଆଡ୍ଭୋକେଟ୍ ପଙ୍କଜ ବାସିନୀ ମହାନ୍ତିଙ୍କ ପ୍ରତ୍ୟେକ ତତ୍ବାବଧାନରେ ଜୟଦେବ ବାଟିକାର ୩୩ ନମ୍ବର ପିଣ୍ଡିରେ ଏହି ବନ୍ଧୁ ମିଳନ ନାଚ, ଗୀତ,କମେଡି , ତଥା ସୁସ୍ବାଦୁ ଭୋଜନ ଦ୍ୱାରା ଖୁବ୍ ଆନନ୍ଦରେ କଟିଥିଲା।ଏହି ବନ୍ଧୁ ମିଳନରେ ସାମ୍ବାଦିକ ଶରତ କୁମାର ଦାଶ (ରୁନିଆ ନନା), ପ୍ରଣୟ କୁମାର ମହାନ୍ତି, ବିନୟ ମହାପାତ୍ର, ସ୍ନିଗ୍ଧା ମହାପାତ୍ର, ପ୍ରତାପ ଚନ୍ଦ୍ର ନାୟକ, ବିଭାରାଣୀ ପରିଜା , ସୁରେଖା ମହାପାତ୍ର, ମନ୍ଦାକିନୀ ପଣ୍ଡା, ବିଜୟ କୁମାର ସ୍ଵାଇଁ,ସିଲାରାଣୀ ପରିଜା, ରାଜଶ୍ରୀ ମହାନ୍ତି,ରବିନ୍ଦ୍ର କୁମାର ଦାସ, ନିବେଦିତା ପରିଜା ,ନିରୁପମା ବିଶ୍ଵାଳ, ନିରଂଜନ ମହାନ୍ତି, ନମିତା ରାୟ, ଜ୍ୟୋତ୍ସା ଭୂୟାଁ, ଅନିତା ଦାସ, ଉର୍ମିଳା ବେହେରା,ଶରତ ଚନ୍ଦ୍ର ରାଉତ,ରେଣୁ ପରିଜା,ରୁନୀ ପ୍ରମୁଖ ଯୋଗ ଦେଇ ଏହି ବନ୍ଧୁ ମିଳନ ପର୍ବଟିକୁ ସଫଳ କରିଥିଲେ ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
