April 27, 2026

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସା) ର ନିର୍ବାଚନ ଫଳାଫଳ ଘୋଷିତ..

IMG-20241004-WA0045
Share

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ନିର୍ବାଚନ ଆଜି ତା ୦୪-୧୦-୨୦୨୪ରିଖ ଦିନ ଭୁବନେଶ୍ୱରସ୍ଥିତ ଆଇ.ସି.ଏମ.ଆର. ର ଅଡିଟୋରିଅମରେ ସକାଳ ୧୦ମିନିଟରେ ଆୟୋଜିତ ହୋଇଥିଲା । ପୂର୍ବରୁ ଗୃହ ବିଭାଗ ତରଫରୁ ସମସ୍ତ ପ୍ରସିକ୍ୟୁଟରମାନଙ୍କୁ ଏହି ସଙ୍ଘର ନିର୍ବାଚନରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା।

 

ଆଜି ଓଡ଼ିଶାର ବିଭିନ୍ନ ସ୍ଥାନର ପଦସ୍ଥ ଅଧିକାରୀମାନେ ଏହି ନିର୍ବାଚନରେ ଭାଗ ନେଇ ନିଜର ମତଦାନ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ସୁବ୍ରତ ମହାନ୍ତି ଏହି ନିର୍ବାଚନ ପରିଚାଳନା କରିବା ସହ ରାନୁ ସ୍ୱଭେଦା କୁମାର ଓ ଡ଼ି. ଅନୁପ କୁମାର ତାଙ୍କୁ ସହଯୋଗ କରିଥିଲେ। ଆଜିର ଏହି ନିର୍ବାଚନରେ ଭୁବନେଶ୍ୱର ଇ.ଓ.ଡବ୍ଲୁ. ର ବରିଷ୍ଠ ଆଇନ ପରାମର୍ଶଦାତା ଶ୍ରୀ ବିଧୁ ଭୂଷଣ ମହାନ୍ତି ସଭାପତି ଭାବେ, ଉପସଭାପତି ଭାବେ ଛତ୍ରପୁରରେ ପଦସ୍ଥ ଥିବା ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର, ସାଧାରଣ ସମ୍ପାଦକ ଭାବେ କେଉଁଝର ଜିଲ୍ଲାର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ପ୍ରଦୀପ କୁମାର ଦାସ, ଯୁଗ୍ମ ସମ୍ପାଦକ ଭାବେ ହରଭଙ୍ଗାର ଏପିପି ଶ୍ରୀ ଅଜିତ ପରିଡ଼ା, କୋଷାଧ୍ୟକ୍ଷ ଭାବେ ନିମାପଡ଼ା ଏପିପି ଶ୍ରୀ ରକେଶ କୁମାର ସାହୁ ନିର୍ବାଚିତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ କମିଟିରେ ସାଇ ରଞ୍ଜନ ମହାନନ୍ଦିଆ, ପ୍ରାଚୀ ପ୍ରଭା ନନ୍ଦ, ଅର୍ପିତା ପ୍ରିୟଦର୍ଶିନୀ, ସମ୍ବିତ ଦାଶ, ପ୍ରଶାନ୍ତ ତନ୍ତୀ, ରଶ୍ମିତା ମହାପାତ୍ର, ବିକ୍ରମ ସେଠି ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଛତ୍ରପୁର କ୍ୟାଡ଼ର ଏପିପି ଶ୍ରୀ ମିଶ୍ର ରେକର୍ଡ ସଂଖ୍ୟକ ଭୋଟରେ ନିକଟତମ ପ୍ରତିଦ୍ବନ୍ଦିଙ୍କୁ ହରାଇ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିଲେ।

 

ଆଜିର ଏହି ନିର୍ବାଚନ ପରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଶ୍ରୀ ସଞ୍ଜୟ ପଧାନ ଓ କାର୍ଯ୍ୟକାରୀ ସମ୍ପାଦକ ଦେବାଶିଷ ମହାକୁଡ଼ ପୂର୍ବ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପରେ ନିର୍ବାଚନର ସଫଳ ଆୟୋଜନ ପାଇଁ ନିର୍ବାଚନ ଅଧିକାରୀ ଶ୍ରୀ ସୁବ୍ରତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନୂତନ ନିର୍ବାଚିତ ଅଧିକାରୀଙ୍କୁ ଶପଥପାଠ କରାଇଥିଲେ।