April 27, 2026

ବଡ଼ଖମାର ୧୨ ତମ ଶ୍ୟାମାକାଳୀ ପୂଜା : ତ୍ରିପୁରାସୁର ଦରବାର ପାଇଁ କଳାକାର ବରଣ 

IMG-20241004-WA0043
Share

 

 

ଉଲୁଣ୍ଡା,୪/୧୦ – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡ଼ଖମାର ଠାରେ ତ୍ରିପୁରାସୁର ଦରବାର ପାଇଁ ଗୁରୁବାର କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୨ ତମ ଶ୍ୟାମାକାଳୀ ପୂଜା ଅବସରରେ ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ତ୍ରିପୁରାସୁର ଦରବାର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ତ୍ରିପୁରାସୁର ଭୂମିକା ଅଭିନୟ କରୁଥିବା ମନୋରଞ୍ଜନ ଚିରଗୁନ ଙ୍କ ବାସଭବନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଗୁଆ ନଡ଼ିଆ ଓ ଉପଢ଼ୌକନ ଦେଇ ବରଣ କାର୍ଯ୍ୟ କରାଯାଇଥିଲା। ଆସନ୍ତା ୩୦ ରୁ ୪ ପର୍ଯ୍ୟନ୍ତ ତ୍ରୀପୁରାସୁର ଦରବାରରେ ଆୟୋଜନ ହେବା ସହ ଏଥିରେ ମିନାବଜାର, ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଏଥିରେ କମିଟି ସଭାପତି ଗୈାରୀଶଙ୍କର ପାଣିଗ୍ରାହୀ, ସହଦେବ ମହାକୁର, ଗୋକୁଳାନନ୍ଦ ସାହୁ, ଯଜ୍ଞେଶ୍ଵର ନାଏକ, ସାମ୍ବାଦିକ ସନାତନ ନାଗ,ରହିମ କୁମାର ପ୍ରଧାନ, ହେମନ୍ତ ପ୍ରଧାନ,ଜଗଦିଶ ଛନ୍ଦ,ବିକେଶ କୁମାର ସାହୁ, କାର୍ତ୍ତିକେଶ୍ଵର ଭୋଇ, ସୁରେନ୍ଦ୍ର ପ୍ରଧାନ ଓ ଜୟଦେବ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

 

ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣ ଙ୍କ ରିପୋର୍ଟ