ପଞ୍ଚାୟତ ସ୍ତରୀୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କର୍ମଶାଳା
ପଞ୍ଚାୟତ ସ୍ତରୀୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କର୍ମଶାଳା
ବୋଲଗଡ,୦୪/୦୮(ଉପାନ୍ତ ଖବର): ବୋଲଗଡ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକଙ୍କ ଅଧକ୍ଷତାରେ ପଞ୍ଚାୟତସ୍ତରୀୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କର୍ମଶାଳା ସମ୍ମିଳନୀ କକ୍ଷରେ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଅଛି l ଏହି କର୍ମଶାଳାରେ ମୁଖ୍ୟଅତିଥିଭାବେ ବୋଲଗଡବ୍ଲକ କୃଷି ସହଅଧିକାରୀ ତିରୁପତି ସିନିପିନି, ମୁଖ୍ୟବକ୍ତାଭାବେ ଗ୍ରାମ୍ୟକୃଷି ସେବକ ଏସ.କେ ଆଜାରୁଦିନ ଓ ସଂମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ବ୍ରଜରାଜ ରାଉତ, ସମବାୟ ସମିତି ସଭାପତି ବିଜୟ କୁମାର ନାୟକ, ,ସମାଜସେବୀ କୃଷ୍ଣଚନ୍ଦ୍ର ମହାନ୍ତି ୱାର୍ଡ ସଭ୍ୟ ଗୋଦାବରୀଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ l କର୍ମଶାଳା ର ପ୍ରାରମ୍ଭରେ ସଭାପତି ପ୍ରଦୀପ କୁମାର ବାରିକ ସ୍ୱାଗତ ଭାଷଣ ଦେଇ ଅତିଥିପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କର ଉନ୍ନତି ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଜିକରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହି ପଞ୍ଚାୟତ ସ୍ତରୀୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କର୍ମଶାଳାରେ ବହୁ ଚାଷୀ, କୃଷିମିତ୍ର ଓ ପ୍ରାଣୀମିତ୍ରମାନେ ଯୋଗଦେଇଥିଲେ l ଚଳିତବର୍ଷ ରାଜ୍ୟ ସରକାର ଚାଷୀମାନଙ୍କର ଫସଲବୀମା ପ୍ରିମିୟମ ଚାଷୀପିଛା ସର୍ବାଧିକ ୨ହେକ୍ଟର ପର୍ଯ୍ୟନ୍ତ ବୀମାଟଙ୍କା ବହନ କରିବେ ବୋଲି ମୁଖ୍ୟଅତିଥି ତଥା କୃଷିଅଧିକାରୀ ତିରୁପତି ସିନିପିନି କହିଥିଲେ l ମାତ୍ର ୧ଟଙ୍କା ପ୍ରଦାନକରି ଚାଷୀ ଭାଇମାନେ ବିଜ୍ଞାପିତ ଫସଲ ଗୁଡିକ ବୀମାଭୁକ୍ତ କରିପାରିବେ ବୋଲି ମୁଖ୍ୟବକ୍ତା ଏସ. କେ ଆଜାରୁଦିନ ଚାଷୀମାନଙ୍କୁ ବୁଝାଇଥିଲେ l ପ୍ରତ୍ୟେକଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କାପାଇବା ପାଇଁ ବ୍ୟାଙ୍କଶାଖା କିମ୍ବା ବୀମାକମ୍ପାନୀ ଏଜେଣ୍ଟ ମାନଙ୍କସହିତ ଶୀଘ୍ର ଯୋଗାଯୋଗ କରିବାକୁ ସଂମାନିତ ଅତିଥି ବିଜୟ କୁମାର ନାୟକ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ନାରୀନେତ୍ରୀ ଗୀତାଞ୍ଜଳି ମହାନ୍ତି, ଗ୍ରାମ୍ୟରୋଜଗାର ସେବକ କାହ୍ନୁଚରଣ ପାଢ଼ୀ ଓ ସମାଜସେବିକା ସୌଦାମିନୀ ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ସଭାପତି ତଥା ସରପଞ୍ଚ ପ୍ରଦୀପ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।