ଆର.ଉଦୟଗିରି ବ୍ଲକ ସୁବଲଡ଼ା ପଞ୍ଚାୟତଗୋମଙ୍ଗ ସାହିର ୭ନଂ ୱାର୍ଡର ବେସାହାରା ପରିବାରକୁ ସହଯୋଗର ହାତ ବଢାଇଲେ ପୋଲିସ ଅଧିକାରୀ

IMG-20230803-WA0063
Share

ଆର.ଉଦୟଗିରି ବ୍ଲକ ସୁବଲଡ଼ା ପଞ୍ଚାୟତଗୋମଙ୍ଗ ସାହିର ୭ନଂ ୱାର୍ଡର ବେସାହାରା ପରିବାରକୁ ସହଯୋଗର ହାତ ବଢାଇଲେ ପୋଲିସ ଅଧିକାରୀ

ପାରଳାଖେମୁଣ୍ଡି:୩/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ ଅଞ୍ଚଳରେ ପହଞ୍ଚି ଜଣେ ପୋଲିସ ଅଧିକାରୀ କିଛି ଗରିବ ଅସହାୟ ପରିବାରକୁ ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆର୍. ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତ ୭ ନମ୍ବର ୱାର୍ଡ ଗମାଙ୍ଗ ସାହିରେ କିଛି ମାସ ତଳେ ଅଗ୍ନିକାଣ୍ଡ ଘଟି ଅଶୋକ କୁମାର ବଡରଇତଙ୍କ ଘର ସଂପୂର୍ଣ୍ଣ ପୋଡ଼ିଯିବା ସହ ଗଚ୍ଛିତ ଥିବା ତିନିବର୍ଷର ଧାନ, ୬୫ ହଜାର ଟଙ୍କା, ଗୋଟିଏ ସିଲେଇ ମେସିନ, ସ୍ପ୍ରେ ମେସିନ ସମେତ ୬ ଛେଳି ଓ ୨୭ କୁକୁଡ଼ା ପୋଡ଼ି ପାଉଁଶ ହୋଇଯାଇଥିଲା । ଘର ନଥିବାରୁ ଏକ ଜରିପାଲ ତଳେ ପରିବାରର ୪ ପ୍ରାଣୀ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଜଣାପଡିଛି।ଅଶୋକ ଓ ତାଙ୍କ ପତ୍ନୀ ବାସନ୍ତୀ ବୟସାଧିକ୍ୟ ହେତୁ କାମଧନ୍ଦା କରିବାରେ ସକ୍ଷମ ନୁହନ୍ତି ବୋଲି ଉଭୟ କହିଛନ୍ତି । ପୁଅ ଟୁନୁ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବସିଥିବା ବେଳେ ଏକମାତ୍ର ବଢିଲା ଝିଅ ରଞ୍ଜୁ କୁଲିମଜୁରୀ କରି ପରିବାର ଚଳାଉଛିନ୍ତି। କଟକ ସି. ଆଇ. ଡି. ଇନ୍ସପେକ୍ଟର ତପନ କୁମାର ନାୟକ କୌଣସି କାର୍ଯ୍ୟରେ ଉକ୍ତ ଅଞ୍ଚଳକୁ ଯାଇଥିବାବେଳେ ଅଶୋକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ଇନ୍ସପେକ୍ଟର ଶ୍ରୀ ନାୟକ ଉକ୍ତ ଅଗ୍ନିବିପନ୍ନ ଅସହାୟ ପରିବାରକୁ ଖାଦ୍ୟ ସାମଗ୍ରୀ ତଥା କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରଙ୍କ ‘ଆବାସ’ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି ନୂଆଗଡରେ ୮ ବର୍ଷର ପୁଅ ସହିତ ରହୁଥିବା ସ୍ବାମୀ ପରିତ୍ୟକ୍ତା ବେସାହାରା ମଞ୍ଜରୀ ଶବରଙ୍କ ପାଖକୁ ମଧ୍ୟ ଯାଇ ଇନ୍ସପେକ୍ଟର ଶ୍ରୀ ନାୟକ ଚାଉଳ, ଅଟା ଓ ବିସ୍କୁଟ ସମେତ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ଏଭଳି ସେବାକାର୍ଯ୍ୟ ପାଇଁ ଅଞ୍ଚଳବାସୀ ବହୁତ ପ୍ରଶଂସା କରୁଛନ୍ତି।ଆଇ.ଡି. ଇନ୍ସପେକ୍ଟର ତପନ କୁମାର ନାୟକ କୌଣସି କାର୍ଯ୍ୟରେ ଉକ୍ତ ଅଞ୍ଚଳକୁ ଯାଇଥିବାବେଳେ ଅଶୋକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ଇନ୍ସପେକ୍ଟର ଶ୍ରୀ ନାୟକ ଉକ୍ତ ଅଗ୍ନିବିପନ୍ନ ଅସହାୟ ପରିବାରକୁ ଖାଦ୍ୟ ସାମଗ୍ରୀ ତଥା କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରଙ୍କ ‘ଆବାସ’ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି ନୂଆଗଡରେ ୮ ବର୍ଷର ପୁଅ ସହିତ ରହୁଥିବା ସ୍ବାମୀ ପରିତ୍ୟକ୍ତା ବେସାହାରା ମଞ୍ଜରୀ ଶବରଙ୍କ ପାଖକୁ ମଧ୍ୟ ଯାଇ ଇନ୍ସପେକ୍ଟର ଶ୍ରୀ ନାୟକ ଚାଉଳ, ଅଟା ଓ ବିସ୍କୁଟ ସମେତ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ଏଭଳି ସେବାକାର୍ଯ୍ୟ ପାଇଁ ଅଞ୍ଚଳବାସୀ ବହୁତ ପ୍ରଶଂସା କରୁଛନ୍ତି।

You may have missed