June 9, 2026

ଡିପିସି ପକ୍ଷରୁ ବିଶ୍ୱ ପ୍ରେସ ସାଧୀନତା ଦିବସ

IMG-20260503-WA0052
Share

 

 

ଖୋର୍ଦ୍ଧା,-(ପ୍ରିୟଙ୍କା ମହାପାତ୍ର) ଜିଲ୍ଲା ପ୍ରେସ କ୍ଲବ(ଡିପିସି), ଖୋର୍ଦ୍ଧା ଆନୁକୂଲ୍ୟରେ ବିଶ୍ବ ପ୍ରେସ ସାଧୀନତା ଦିବସ ସାମ୍ବାଦିକ ଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବିଷୟ ବସ୍ତୁ “ଶାନ୍ତିର ଭବିଷ୍ୟତ ପାଇଁ ପ୍ରେସ ସ୍ବାଧନତାକୁ ଗୁରୁତ୍ବ” । କ୍ଳବର ସଭାପତି ତପନ କୁମାର ନାୟକ ସଭାପତିତ୍ୱରେ ଆୟୋଜିତ ଏହି ଦିବସରେ ଉପସଭାପତି ଲଳିତ ମୋହନ ମହାପାତ୍ର, ପ୍ରସନ୍ନ କୁମାର ପାଇକରାୟ, କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ଦାସ, କାର୍ଯ୍ୟକାରୀ ସଦସ୍ୟ ଇକୱାଲ ଅହମ୍ମଦ, ରାମଚନ୍ଦ୍ର ଜୁଝାରସିଂହ, ରାଜେଶ ମହାନ୍ତି, ଶୁଭକାନ୍ତ ମହାପାତ୍ର, ଲକ୍ଷ୍ମୀ ନାରାୟଣ ମହାପାତ୍ର, ଦୃର୍ଗାପ୍ରସାଦ ଷଢଙ୍ଗୀ, ରାଜୀବ ଲୋଚନ ମହାପାତ୍ର, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଅବ୍ୟକ୍ତ ହରିହର ଖାଡଙ୍ଗା ମଂଚ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ଦିଲ୍ଲୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗଣମାଧମର ସ୍ବାଧନତା ସମ୍ପର୍କରେ ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ମଇ ୩ ତାରିଖକୁ ବିଶ୍ବ ପ୍ରେସ ସ୍ବାଧନତା ଦିବସ ଭାବେ ପାଳନ କରାଯାଉଛି। ଜାତିସଂଘର ଜନସଂଚାର ବିଭାଗ ଦ୍ବାରା ୧୯୯୧ ମସିହାରେ ପାଳନ କରିବାକୁ ପ୍ରସ୍ତାବ ହୋଇଥିବା ବେଳେ ୧୯୯୩ ମସିହାରୁ ବିଧବଦ୍ଧ ଭାବେ ଏହି ଦିବସ ପାଳିତ ହୋଇଆସୁଛି । ସାରା ବିଶ୍ବରେ ସାମ୍ବାଦିକ ଟିଏ ଯେଭଳି ଭାବେ ବିନା ଭୟ ଏବଂ ସଙ୍କୋଚରେ ସତ୍ୟକୁ ସାମନା କରିପାରିବ ଏହି ଦିବସ ତାହାର ବାର୍ତା ଦେଉଛି ମତ ପ୍ରକାଶ ପାଇଥିଲା । ସାମ୍ବାଦିକ ମାନେ କୌଣସି ଖବର ପରିବେଷଣ ସମୟ ବହୁବିଧା ସମସ୍ୟା ସମ୍ମୁଖୀନ ହୋଇଥାନ୍ତି । ପ୍ରେସ ସାଧନତା ଇଣ୍ଡେକ୍ସରେ ଭାରତ ସ୍ଥାନ ଗତ ୨୫ବର୍ଷ ମଧରେ ଖରାପ ସ୍ଥିତିରେ ରହିଛି । ସମାଜ ଜାଗ୍ରତ ପ୍ରହରୀ ଭାବେ ସାମ୍ବାଦିକ ମାନେ ନୀରପେକ୍ଷ, ସତ୍ୟ ଆଧାରିତ ଖବର ପରିବେଷଣ ଉପରେ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଥିଲା ।

You may have missed