June 9, 2026

ପଥରଚକଡା ହନୁମାନ ମନ୍ଦିର ବାର୍ଷିକ ଉତ୍ସବ ପାଳିତ

IMG-20260503-WA0050
Share

 

ବୋଲଗଡ଼,୩/୫(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ସଂପୁର ପଥର ଚକଡା଼ ନିକଟସ୍ତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସଂପୁର ବାଜରଙ୍ଗବାଲି ଯୁବ ସଂସଦ ଦ୍ୱାରା ଆୟୋଜିତ ନବମ ବାର୍ଷିକ ଉତ୍ସବ ଆନୁଷ୍ଠିତ ହୋଇଯାଇଚଛି।ପ୍ରାରମ୍ଭ ଶୁକ୍ରବାର ଦିବସରେ ଅଙ୍କୁରାରୋପଣ, ଅଧିବାସ ଓ ବିରାଟ ପାଟୁଅରରେ ରାମ ନାମ ଭକ୍ତି ମୟ ପରିବେଶରେ ଗ୍ରାମ ନେଳିଆ ପୋଖରୀରୁ କଳସ ଶୋଭା ଯାତ୍ରା କରି ମନ୍ଦିରରେ ସ୍ଥାପନ କରା ଯାଇଥିଲା। ଶନିବାର ଦ୍ୱିତୀୟ ଦିବସରେ ସୂର୍ଯ୍ୟ ପୂଜା ସହିତ ଅଖଣ୍ଡ ହନୁମନ ଚଳିଶା ପାଠ ଆରମ୍ଭ, ଅଗ୍ନି ସ୍ଥାପନ, ଆହୁତି ପ୍ରଦାନ ଆଦି ପୂଜାପାଠ କରାଯାଇଥିଲା। ରବିବାର ଶେଷ ଦିବସରେ ଅଖଣ୍ଡ ହନୁମାନ ଚଳିଶା ପାଠ ସମାପନ ଓ ପୂର୍ଣ୍ଣା ଆହୁତି କାର୍ଯ୍ୟସମ୍ପୂର୍ଣ୍ଣ ହୋଇଥିଲା।ଏଥିର କର୍ତ୍ତାରୂପେ ବିକାଶ କୁମାର ଛୋଟରାୟ ଓ ମୋନାଲିସା ଛୋଟରାୟ କାର୍ଯ୍ୟା ତୁଲାଇଥିଲେ। ବୈଦିକ ବ୍ରାହ୍ମଣ ଗୋପାଳ ଚନ୍ଦ୍ର ରାୟଗୁରୁ ଓ ପୂଜକ ବ୍ରହ୍ମାନନ୍ଦ ପଣ୍ଡାଙ୍କ ଦ୍ୱାର ସମସ୍ତ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ।ଏହି ଅବସରରେ ଶେଷ ଦିବସ ସନ୍ଧ୍ୟାରେ ମଗର ବନ୍ଧ ଗ୍ରାମର କଳକାର ମାନଙ୍କ ଦ୍ୱାରା” ବାମନ ଜନ୍ମ “ଶୀର୍ଷକ ପୌରାଣିକ ନାଟକ ପରିବେଷଣ କରାଯାଇଥିଲ। ଏହି କାର୍ଯ୍ୟକ୍ରମକୁ ବଜରଙ୍ଗବାଲି ଯୁବ ସଂସଦର ସମସ୍ତ ସଦସ୍ୟ ସମେତ ସଂପୁର ଗ୍ରାମବାସି ମାନେ ସହଯୋଗ କରି ପରିଚାଳନା କରିଥିଲେ।

You may have missed