July 30, 2026

ଗାଡିପୋଡିବା ଘଟଣା ମିଛ, ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ଅବସରପ୍ରାପ୍ତ BSF ଜବାନ ଶିବ ଜେନା l 

IMG-20260608-WA0051
Share

 

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ପୁରୀସଦର ତଳଜଙ୍ଗ ଗ୍ରାମପଞ୍ଚାୟତ ର ଢିଅସାହି ଏବଂ ନଈକୂଳ ସାହି ମଧ୍ୟରେ ଦୀର୍ଘଦିନ ହେବ ଲାଗିରହିଥିବା ବିବାଦ ବିଷୟର କଥା l ଢିଅସାହି ର କିଛି ମୁଖିଆଙ୍କ କାର୍ଯ୍ୟକଳାପ ରେ ୪୦ଘର ନଈକୂଳ ବାସିନ୍ଦା ହନ୍ତସନ୍ତ ହେବାସହିତ ବିଭିନ୍ନ ତାଡନାର ଶିକାର ହେଉଥିବା ଗଣମାଧ୍ୟମକୁ ଜଣାଇଥିଲେ l କିନ୍ତୁ ଢିଅସାହି ବାସିନ୍ଦା ଏହାର କୌଣସି ପ୍ରତିବାଦ କରିନଥିଲେ l ଏଇ କିଛିଦିନ ତଳେ ଶିବଜେନାଙ୍କୁ ଆକ୍ରମଣ ହୋଇଥିବା ର ଶିବଜେନା ଚନ୍ଦନପୁର ଥାନାରେ ଅଭିଯୋଗ କରିବା ସହିତ ଗଣମାଧ୍ୟମକୁ ଜଣାଇଥିଲେ ଏହାର ପରଦିନ ଡ଼ିହସାହିରେ ଗ୍ରାମ ସଭାପତିଙ୍କ ନେତୃତ୍ୱ ରେ ଏକ ସଭା ଆୟୋଜନ ସହିତ ନଈକୂଳ ସାହିର ଅବସରପ୍ରାପ୍ତ BSF ଜବାନ ଶିବ ଜେନାଙ୍କ ନେତୃତ୍ୱ ରେ କିଛି ଅସାମାଜିକ ଯୁବକ କ୍ଲବ ଘରର ଟିଭି ଭାଙ୍ଗିବା ସହିତ ଗଦାଧର ଜେନାଙ୍କ ପେଶନ ପ୍ରୋ ବାଇକ ପୋଡି ଦେଇଥିବାର ଗଣମାଧ୍ୟମକୁ ଜଣାଇବା ସହିତ ଗଦାଧର ଜେନା ଏହି କାମ ଶିବ ଜେନାହିଁ କରିଛି ବୋଲି ଦୃଢ଼ତାର ସହିତ କହିଥିଲେ l ଏହାର ପ୍ରତିବାଦ ରେ ଗତକାଲି ସନ୍ଧ୍ୟାରେ ଶିବଜେନା ପୁରୀ ୟୁଥ ହଷ୍ଟେଲ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉଚ୍ଚିତ ପ୍ରମାଣ ଦେଖାଇବା ସହିତ ଟିଭି ଭଙ୍ଗା ଏବଂ ଗାଡି ଭାଙ୍ଗିବା ଏକ ମିଛ କାହାଣୀ କହିବା ସହିତ ଗଦାଧର ଜେନା ଏବଂ ତାଙ୍କ ପୁଅ ମାନଙ୍କ ସହିତ ବାର୍ତ୍ତାଳାପ ରେ ଭଏସ ରେକର୍ଡ ପ୍ରଦାନ କରିଥିଲେ l ନିଜ ଗାଁର ମଙ୍ଗଳ ପାଇଁ ଏବଂ ପଞ୍ଚାୟତବାସୀଙ୍କୁ ଉଚ୍ଚିତ ନ୍ୟାୟ ଦେବାପାଇଁ ସେ ରାଜନୀତି କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l