June 9, 2026

ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ପାରଳାଖେମୁଣ୍ଡି, କବିଚନ୍ଦ୍ର ସାହିର କାର୍ଯ୍ୟାଳୟରେ ଆଜି ମେ ତିନି ତାରିଖ, ସକାଳ ନ ଟାରେ…

IMG-20260503-WA0043
Share

            ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ପାରଳାଖେମୁଣ୍ଡି, କବିଚନ୍ଦ୍ର ସାହିର କାର୍ଯ୍ୟାଳୟରେ ଆଜି ମେ ତିନି ତାରିଖ, ସକାଳ ନ ଟାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି ହର ପ୍ରସାଦ ସୁଆର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଓ ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ , ପ୍ରଗତି ମହିଳା ସଂଗଠନ ସମ୍ପାଦିକା ତନୁଜା ଶତପଥୀ ଯୋଗ ଦେଇଥିଲେ. ବୃନ୍ଦାବନ ସୁଆର ଙ୍କ ଜୀବନୀ ଏବଂ କବିତା ,ପୁସ୍ତକ ବିଷୟ ରେ ଆଲୋଚନା କରାଯାଇଥିଲା ଆଗାମୀ ଦିନ ରେ କେମିତି ଏହି କବିତା, ଏବଂ ତାଙ୍କ ଜୀବନୀ କୁ ନେଇ ପ୍ରତ୍ୟେକ ସ୍କୁଲ୍ କଲେଜ୍ ରେ କୁଇଜ୍ ପ୍ରତିଯୋଗିତା ହେବ ସେ ବିଷୟ ରେ ଆଲୋଚନା କରାଯାଇଥିଲା ବୃନ୍ଦାବନ ସୁଆର ଙ୍କ ଆଗାମୀ ଜନ୍ମ ତିଥି ରେ ଏକ ସ୍ମରଣିକା ପତ୍ରିକା ଉନ୍ମଚନ କରିବା ପାଇଁ ନିଷ୍ପତି ନିଆଗଲା, କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ , ବିଜୟ କୁମାର ପଣ୍ଡା, ବସନ୍ତ କୁମାର ପଣ୍ଡା, ସୁରେଶ କୁମାର ପଣ୍ଡା , ଏବଂ ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ ମହୋଦୟ.

You may have missed