June 9, 2026

ଜେଲରୁ ଫେରାର ମାରିଥିବା ବାଇକ ଚୋର ପୁଣି ଗିରଫ

IMG-20260503-WA0032
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଠେମରା ଗ୍ରାମର ଜଗନ୍ନାଥ ଶବର ନାମକ ଜଣେ ବ୍ୟକ୍ତି ଗତ ପ୍ରାୟ ୨ ମାସ ପୂର୍ବେ ୩ ଟି ଗାଡି ଚୋରି ଘଟଣାରେ ସଦର ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଳାଣ ହୋଇ ୪ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ସଜା କାଟୁଥିଲେ। କିନ୍ତୁ ଗତ ୨୨ ତାରିଖ ରାତିରେ ଜେଲ ରୁ ପାଚେରି ଡେଇଁ ଫେରାର ହୋଇ ଏକ ବାଇକ ଚୋରି କରୁଥିବା ସମୟରେ ଭବାନୀପାଟଣା ଟାଉନ ପୋଲିସ ଦ୍ୱାରା ଗିରଫ ହୋଇ ପୁଣି କୋର୍ଟ ଚାଳାଣ ହୋଇଛନ୍ତି।ଗିରଫ ହେବାପରେ ଜଗନ୍ନାଥ ଶବର ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ଜେଲରୁ ପାଚେରି ଡେଇଁ କିପରି ଫେରାର ହୋଇଥିଲେ, ଏନେଇ ବିସ୍ତୃତ ଭାବରେ ବର୍ଣନା କରିଥିଲେ। ଜଗନ୍ନାଥଙ୍କ କହିବା ଅନୁଯାୟୀ, ସେ’ ଓ ଅନ୍ୟ ଜଣେ କଏଦୀ ଜେଲରୁ ଫେରାର ହେବା ନେଇ ପୂର୍ବରୁ ଯୋଜନା କରିସାରିଥିବାବେଳେ, ଯୋଜନା ଅନୁଯାୟୀ ଗତ ୨୨ ତାରିଖ ମଧ୍ୟ ରାତ୍ରରେ ଏକ ଲମ୍ବା ଶିଡି ଆଣି ୱାଚ ଟାୱାର ନିକଟକୁ ନେଇ ଶିଡିରେ ଚଢି ୱାଚ ଟାୱାର ଦେଇ, କଏଦୀ ପ୍ରତୀକ୍ଷାଳୟର ଛାତ ଉପର ଦେଇ ଜେଲରୁ ଫେରାର ହୋଇଯାଇଥିବାବେଳେ, ଅନ୍ୟ ସାଥି କଏଦୀ ଜଣକ ଭୟରେ ଜେଲ ମଧ୍ୟରେ ରହିଯାଇଥିଲେ। ଜେଲରୁ ଚମ୍ପଟ ମାରିଲା ପରେ ଜଗନ୍ନାଥ ପ୍ରଥମେ ଏକ ବୁଲେଟ ବାଇକ ଚୋରି କରି ସେଥିରେ ଫେରାର ହୋଇଯାଇଥିଲେ।ଏହାପରେ ଏକ ସ୍କୁଟି ସହ ଆଉ ୨ ଟି ବାଇକ ଲଗାତାର ଚୋରି କରିଥିଲେ। ଜଗନ୍ନାଥ ଆହୁରି ପ୍ରକାଶ କରିଛନ୍ତି ଯେ’ ବାଇକ ଚୋରି କରିବା ତାଙ୍କର ସଉକ ଥିବାବେଳେ, ସେହି ଚୋରି କରିଥିବା ବାଇକ ଧରି କେତେଥର ଭବାନୀପାଟଣା ଜେଲ ରାସ୍ତା ଦେଇ ଯିବା ଆସିବା କରିବା ପରେ ମଧ୍ୟ ତାଙ୍କୁ କେହି ଚିହ୍ନିପାରିନଥିବା ନେଇ ଭାରି ଆତ୍ମ ସନ୍ତୋଷ ଜାହିର କରିଥିଲେ। କିନ୍ତୁ ଭବାନୀପାଟଣା ସହରର କେନ୍ଦ୍ରରେ ଅବସ୍ଥିତ ଗାନ୍ଧୀ ଛକରୁ ଆଉ ଗୋଟିଏ ବାଇକ ଚୋରି କରୁଥିବାବେଳେ ଟାଉନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥ ଙ୍କୁ କାବୁ କରି, ଚୋରି କରିଥିବା ୪ଟି ଗାଡି ଜବତ କରିବା ସହ, ଟାଉନ ପୋଲିସ ବାଇକ ଚୋରି ନେଇ ୪ ଟି ପୃଥକ ମାମଲା ୠଜ୍ଜୁ କରି ଜଗନ୍ନାଥଙ୍କୁ କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଭବାନୀପାଟଣା ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଜନସାଧାରଣରେ ପ୍ରଶ୍ନ୍ନବାଚି ସୃଷ୍ଟି କରୁଥିବାବେଳେ, ଏହି ଘଟଣାଟି ଭବାନୀପାଟଣା ସହ ଆଖ ପାଖ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

You may have missed