September 2, 2026
ajiro khabar
Share

 

 

୧-ମୋବାଇଲକୁ ଆସୁଛି ଏମର୍ଜେନ୍ସି ଆଲର୍ଟ, ଭୟଭୀତ ହୁଅନ୍ତୁ ନାହିଁ।ଏହି ଆଲର୍ଟ ଜରୁରୀକାଳୀନ ପରିସ୍ଥିତିରେ ଆସିବ।ଭୟଭୀତ ନ ହୋଇ ମେସେଜକୁ ଅଣଦେଖା କରନ୍ତୁ ।

 

୨-ମାଟ୍ରିକ୍ ଫଳରେ ବାଜି ମାରିଲେ ଛାତ୍ରୀ; ଗଜପତିରେ ପାସ ହାର ସର୍ବାଧିକ, କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା।

 

୩-ଭୁବନେଶ୍ୱର:ମାଟ୍ରିକ ପାସ୍ ହାର ୯୫.୩୩ ପ୍ରତିଶତ, A1 ଗ୍ରେଡ଼ ରେ ଅଛନ୍ତି ୨୪୫୬ ଜଣ, ଆଶୁତୋଷ ଓ ପାର୍ଥ ସାରଥୀ ଯୁଗ୍ମ ଟପର,KISSରେ ମାଟ୍ରିକ ପାସ୍ ହାର ୧୦୦ ପ୍ରତିଶତ।

 

୪-ମେ’ ୧୫ ବେଳକୁ ବଙ୍ଗୋପସାଗରରେ ଆସିପାରେ ଶକ୍ତିଶାଳୀ ବାତ୍ୟା, ପୂର୍ବାନୁମାନ ଚିତ୍ର ଦେଖାଉଛି ଓଡ଼ିଶାକୁ ମୁହାଁଇ ପାରେ।

 

୫-ଭୁବନେଶ୍ୱର:ସୁପ୍ତ ଫଲସ ଲାଇନ୍ ସକ୍ରିୟ, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଓ ନୂଆପଡ଼ାରେ ହେଉଛି ବାରମ୍ବାର ଭୂମିକମ୍ପ।

 

୬-ନୂଆ ପଲ୍ଲୀ ଓଭର ବ୍ରିଜ: ଟ୍ରକ୍ ଧକ୍କାରେ ଗ୍ୟାସ୍ ବୋଝେଇ ଗାଡ଼ି ଓଲଟିଲା,୨ ଘଣ୍ଟା ଠପ୍ ହୋଇଗଲା NH 16

 

୭-ବାଲେଶ୍ୱର ଏପ୍ଏମ୍ କଲେଜ ଅଘଟଣ ପରେ ଆକ୍ସନ୍ ମୋଡ୍‌ରେ ସରକାର; ଛାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ‘ଶକ୍ତିଶ୍ରୀ’ ଆପ୍।

 

୮-ମେ’୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଏକ ଲକ୍ଷ ୨୩ ହଜାର ୮୪୯ ଜଣ ମହିଳା ହେବେ ଉପକୃତ।

 

୯-ଭୁବନେଶ୍ୱର:ପୋଲିସ ଏସଆଇ ଚାକିରି କେଳେଙ୍କାରୀ ମାମଲା, ସିବିଆଇ ପକ୍ଷରୁ ୮ଜଣଙ୍କ ନାଁରେ NBW ଜାରି।

 

୧୦-ଭୁବନେଶ୍ୱର:ସାଲିଆସାହିରେ ପୁଣି ଉଚ୍ଛେଦ, ବୁଲିଲା ବୁଲଡୋଜର ଓ JCB।ଭୁବନେଶ୍ବର ଏକାମ୍ରକାନନରୁ ଶିଖରଚଣ୍ଡି ଯାଏଁ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ।

 

୧୧-ଯାଜପୁର ଟାଉନ:ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ, ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲେଣି ଭର୍ତ୍ତି।

 

୧୨-ମହାନଦୀ ଜଳ ବିବାଦରେ ନୂଆ ମୋଡ଼; ଓଡ଼ିଶା-ଛତିଶଗଡ଼ ସାମ୍ନାସାମ୍ନି, ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି।

 

୧୩-ଲକ୍ଷ୍ନୌକୁ ନୂଆ ଆରମ୍ଭ ଦେବା ପାଇଁ ଦଳରେ ଯୋଗ ଦେଲେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜଶ ଇଙ୍ଗଲିସ୍ ।

 

୧୪-ଟି-୨୦ ବିଶ୍ବକପ୍‌ ଲାଗି ମହିଳା ଟିମ୍ ଘୋଷଣା, ବାଦ୍ ପଡ଼ିଲେ ପ୍ରତିକା ରାଓ୍ବଲ।

 

୧୫-ଚେନ୍ନାଇ:ବିଦାୟ ଦ୍ବାରରେ ମୁମ୍ବାଇ, ଚେନ୍ନାଇ ଠାରୁ ୮ ଓ୍ବିକେଟ୍ ରେ ହାରିଲା।

 

୧୬-ବଙ୍ଗଳାରେ EVM ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ; ୧୬୫ ଅତିରିକ୍ତ କାଉଣ୍ଟିଂ ଏବଂ ୭୭ ପୋଲିସ ଅବଜର୍ଭର ନିଯୁକ୍ତ।

 

୧୭-ଯୋଡ଼ା:ଚମ୍ପୁଆ ରେଞ୍ଜରେ ୧୬ ଟିକିଆ ହାତୀ ଉପଦ୍ରବ, ଗାଁରେ ଘର ଭାଙ୍ଗି ଖାଉଛନ୍ତି ଧାନ।

 

୧୮-ମଣିପୁରରେ ସୁରକ୍ଷାବଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ଟି ବଙ୍କର ଧ୍ୱଂସ, ୧୮ଟି IED ଜବତ।

 

୧୯-ନୂଆ ଦିଲ୍ଲୀ:ରୋହିତ ଜୈନ ହେଲେ RBIର ନୂଆ ଡେପୁଟି ଗଭର୍ଣ୍ଣର।

 

୨୦-ସିକ୍କିମ ନିଜକୁ ଦେଶର ପ୍ରଥମ କାଗଜପତ୍ର ବିହୀନ (ପେପରଲେସ୍) ନ୍ୟାୟପାଳିକାର ରାଜ୍ୟ ଘୋଷଣା କଲା।

 

୨୧-ଇରାନକୁ ଟ୍ରମ୍ପଙ୍କ ପୁଣି ଧମକ: ଡିଲ୍ ନ କଲେ ଧ୍ବଂସ କରିଦେବୁ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏