May 19, 2024

ସମ୍ବଲପୁର ଆସିବେକି ମୁଖ୍ୟମନ୍ତ୍ରୀ !

Share

 

ସମ୍ବଲପୁର:ମାଷ୍ଟର ଗେମ୍ ଖେଳି ଷ୍ଟ୍ରୋକ୍ ଦେବାରେ ବେଶ୍ ଦଖଲ ଅଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ।ଏଭଳି ଦଖଲ ପାଇଁ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଆସୁଛନ୍ତି କି ? ଏଭଳି ଏକ ବଡ ପ୍ରଶ୍ନ ଆଜିଠୁ ସମ୍ବଲପୁରରେ ଠିଆ ହୋଇଛି। ସତରେ କ’ଣ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଦଖଲ ପାଇଁ ଆସୁଛନ୍ତି।ଏଭଳି ଚର୍ଚାର ଖୋରାକ୍ ବିଜେଡି ମହଳରୁ ବି ଆସୁଛି।

କଥା ଟା କେତେ ଜଣଙ୍କୁ ଅଡୁଆ ଲାଗୁଥିଲେବି ପଶ୍ଚିମାଞ୍ଚଳରେ ବହୁଥିବା ବିଜେପି ସୁନାମିକୁ ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ ବିଜେଡି କଲାଣି ଗୋଟିଚାଳନା।ଏଇ ଦିନେ ୨ ଦିନ ଭିତରେ ସ୍ପଷ୍ଟ ହୋଇଯିବ ଅସଲ କଥା।

ଗୋଟିଏ ପଟରେ ହିଞ୍ଜିଳିରୁ ଆରମ୍ଭ ହେବ ଭିଜେପିର ବିଜୟ ପର୍ବ ବୋଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କଡା ଆବାଜ ଶୁଣାଇଥିବା ବେଳେ ଅନ୍ୟପଟେ ଶୁଣାଯାଉଛି ବିକାଶର ଦ୍ୱାର କଥା।ସମ୍ବଲପୁର ପାଇଁ ବିଜେଡିର ସାଂସଦ ପ୍ରାର୍ଥି ପ୍ରଣବ କିଶୋର ଦାସ ସମ୍ବଲପୁର କହିଛନ୍ତି ସମ୍ବଲପୁର ହେବ ବିକାଶର ଦ୍ୱାର।ଉଭୟ ସାଂସଦ ପ୍ରାର୍ଥୀ ଯଦିଓ ଭିନ୍ନ କଥା କହିଛନ୍ତି,ବର୍ତ୍ତମାନ କିନ୍ତୁ ଉଭୟଙ୍କ କଥାର ତାତ୍ପର୍ୟ୍ଯ ରହୁଥିବା ମନେ ହେଉଛି।୨୦୧୯ରେ ଯେପରି ମୋଦି ସୁନାମି ଭିତରେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ସହିତ ବରଗଡର ବିଜେପୁର ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛିଡା ହୋଇ ବତାସ ଭଳି ଭାରି ପଡିଲେ ସେଭଳି ସମ୍ଭାବନା ୨୦୨୪ରେ ମଧ୍ୟ ଦେଖାଦେଇଛି।ମୁଖ୍ୟମନ୍ତ୍ରୀ କଳେବଳେ କୌଶଳେ ବର୍ତ୍ତମାନ ସମ୍ବଲପୁର ଦଖଲ କରିବାକୁ ନିକ ଉପସ୍ଥିତି ଜାରିର କରିବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଗଲାଣି।

ବ୍ରହ୍ମପୁର ରାଜନୈତିକ ପାଣିପାଗରେ ଟିକେ ପରିବର୍ତ୍ତନ ଆସିଛି।ଏଭଳି ପରିସ୍ଥିତିରେ ବିଜେଡିର ଟାଣୁଆ ନେତାଙ୍କ ଅଭାବରେ ହିଞ୍ଜଳି ପରିସ୍ଥିତି ମଧ୍ୟ ଟିକେ ବଦଳିବାକୁ ଯାଉଛି।ହେଲେବି ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡିବ ସେଭଳି ଏବକୁ କୌଣସି ଲକ୍ଷଣ ପ୍ରକାଶ ପାଇନି।
ସେପଟେ କିନ୍ତୁ ସମ୍ବଲପୁର ପରିସ୍ଥିତି ଅତି ଜଟିଲ ହେବାକୁ ପଡିଲାଣି।ସାଂସଦ ପ୍ରାର୍ଥୀ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଯେଉଁ ଗୋଷ୍ଠୀ ବିବାଦ ସାମ୍ନାକୁ ଆସିଲା ତାର ଅଙ୍କ ଛିଡୁନି ଆଜିଯାଏ।ସମ୍ବଲପୁରରୁ କିଏ ପ୍ରାର୍ଥୀ ହେବ ଛିଡୁନି ଏହି ଅଙ୍କ।ପୁଣି ରେଢାଖୋଲରେ ସ୍ଥାନୀୟ ପ୍ରାର୍ଥୀକୁ ନେଉ ଉଠୁଥିବା ବଡ ଦାବିକୁ ନେଇ ବିଜେଡି ସ୍ଥାନୀୟ ପ୍ରାର୍ଥୀ ଦେବକି ? ନା ଥଇଥାନ କରିବ ଦ୍ୱନ୍ଧରେ ପଡିଛି ବିଜେଡି।ସେପଟେ କଳାହାଣ୍ଡି ବଲାଙ୍ଗୀର ଠାରୁ ଆରମ୍ଭ କରି ବରଗଡ,ସୁନ୍ଦରଗଡ ଓ ଢ଼େଙ୍କାନାଳ ଯାଏ ମୋଦି ସୁନାମିକୁ ପ୍ରତିହତ କରିବାକୁ ନବୀନଯେ ବତାସ ଭଳି ସମ୍ବଲପୁର ମୁହାଁ ହେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ । ଦକ୍ଷିଣ ଓ ପଶ୍ଚିମ ଉଭୟ ସ୍ଥାନରୁ ନିଜେ ପ୍ରାର୍ଥୀ ହୋଇ ବିଜେପିକୁ ଏକ ନୂଆ ଚକମା ଦେବେ ବୋଲି ରାଜନୈତିକ ବିଶାରଦ ମାନେ ଗଣନା କଲେଣି।ଏପରିକି ଆଗଧାଡିର ରାଜନୈତିକ ବିଶେଷଜ୍ଞ ଡଃ.ପ୍ରଦୀପ କୁମାର ପଣ୍ଡା ନିଜ ୟୁଟ୍ୟୁବ୍ ପେଜରେ ଆଜି ଏଭଳି ବିଶ୍ଲେଷଣ କରିଛନ୍ତି।
ମୋଟାମୋଟି ଭାବରେ ବିଜେପିର ହେଭିୱେଟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରମୂଖଙ୍କ ଦବଦବାକୁ ବିଜେଡି ରୋକିବାକୁ ଚାହୁଁଛି।ଫଳତଃ ଏହି ପ୍ରଭାବକୁ ସଙ୍କୁଚିତ କରିବା, ସମ୍ବଲପୁର ଗୋଷ୍ଠୀ ବିବାଦକୁ ବଢିବାକୁ ନଦେଇ ସମସ୍ତଙ୍କୁ ବିଜେଡି ସପକ୍ଷରେ ଏକାଠି କରିବା,ସ୍ଥାନୀୟ ପ୍ରାର୍ଥୀ ଦାବିକୁ ମଧ୍ୟ ଚପାଇ ଦେବା ଓ ପ୍ରଣବ ପଛରେ ଏକ ବଳ ସୃଷ୍ଟି କରିବା ଭଳି କୌଶଲକୁ ଆପଣେଇ ନବୀନ ପଟ୍ଟନାୟକ ଶେଷରେ ସମ୍ବଲପୁର କିମ୍ବା ରେଢାଖୋଲରୁ ପ୍ରାର୍ଥୀ ହେଉ ନାହାଁନ୍ତି ତ ?