May 19, 2024

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୁଣପୁର ଚାମ୍ପିୟାନ…

Share

ଗୁଣପୁର ,
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଜଲତାର ପଂଚାୟତ ଲିମାଳିଗୁଡା ଏକ ମାସ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲରେ ଗୁଣପୁର ଦଳ ଜଳତାର ଦଳକୁ ୨୪ ରନରେ ପରାସ୍ତ କରି ଚାମ୍ପିୟାନ ହୋଇଛି। ଟସ ଜିଣି ଜଲତାର ଦଳ ଗୁଣୁପୁର ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ ।
ଗୁଣୁପୁର ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୦୪ ରନ କରିଥିଲା। ୧୦୫ ରନର ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ ଆରମ୍ଭ କରି ଜଲତାର ଦଳ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୮୦ ରନ କରି ପରାଜୟ ବରଣ କରିଥିଲେ।
ଉଦଯାପନୀ ସମାରହରେ ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଖେଳାଳୀ ମାନେ ଖେଳୁଆଡ ମନଭାଵ ନେଇ ଖେଳିଥିବାରୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ଜଲତାର ସରପଞ୍ଚ ମାର୍କ ଦଲ ବେହେରା ଓ ନାଏବ ସରପଞ୍ଚ ପ୍ରବୀଣ ଲିମାଙ୍କ ସହ ବୁଲୁ ଗାଣ୍ଟା ଯୋଗଦେଇଥିଲେ। ଶେଷରେ ଚାମ୍ପିୟାନ ଗୁଣୁପୁର ଦଳକୁ ଟ୍ରଫି ଓ ନଗଦ ୧୬ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ରନର୍ସ ଜଲତାର ଦଳକୁ ମଧ୍ୟ ଟ୍ରଫି ସହ ନଗଦ ୮ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। କ୍ରିକେଟ ପ୍ରତିଯୋଗିତା ଉପଭୋଗ କରିବାକୁ ପ୍ରତିଦିନ ଶତାଧିକ କ୍ରୀଡା ପ୍ରେମୀଙ୍କ ସମାଗମ ହୋଇଥିଲା।(ସୁରେନ୍ଦ୍ର ମହାନ୍ତି )