May 29, 2026

ତିର୍ତ୍ତୋଲ ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା, ୩୩% ମହିଳା ସଂରକ୍ଷଣ ଓ ବିଭିନ୍ନ ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୱରେ ଦାବିପତ୍ର ପ୍ରଦାନ 

IMG-20260529-WA0038
Share

ତିର୍ତ୍ତୋଲ ୨୯/୫,( ଇ ମିସ)- ତିର୍ତ୍ତୋଲରେ ବିଜେଡି ମହିଳାଙ୍କ ବିଶାଳ ଶୋଭାଯାତ୍ରା ସହିତ ବିଜେପି ସରକାର ଉପରେ ବାର୍ଷିବାର ଦେଖିବାକୁ ମିଳିଛି l ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲୋରା ମହାପାତ୍ରଙ୍କ ଅଧକ୍ଷତାରେ ଆଜି ଏହି ଶୋଭାଯାତ୍ରାରେ ୨୯ ଟି ପଞ୍ଚାୟତରୁ ଏକ ହଜାରରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ l ସାରଳାରୋଡ଼ ଠାରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା l ଏଥିରେ ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲୋରା ମହାପାତ୍ର, ପୂର୍ବତନ ମହିଳା କମିଶନ ଅଧକ୍ଷା ମିନତୀ ବେହେରା, ଜ଼ିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ଜ଼ିଲ୍ଲାପରିଷଦ ରଞ୍ଜିତା ସିଂହ, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ରୋଜାଲିନ ଦାସ ପ୍ରମୁଖ ଯୋଗଦେଇ ମହିଳା ବିରୋଧୀ ବିଜେପି ସରକାର ଉପରେ ବର୍ଷିଥିଲେ l ରାଜ୍ୟରେ ମହିଳା ନିର୍ଯାତନା ଦିନକୁ ଦିନ ବୁଦ୍ଧି ପାଇବାରେ ଲାଗିଛି l କଟକ – ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଠାରୁ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ଯାଇ ୩୩% ମହିଳା ସଂରକ୍ଷଣ ଦାବୀ ସହିତ ବିଭିନ୍ନ ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୱରେ ତିର୍ତ୍ତୋଲ ବିଡିଓଙ୍କ ଅନୁପସ୍ଥିତ ରେ ଏବିଡିଓ ସତ୍ୟଜିତ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ରଘୁନାଥପୁର ବ୍ଲକ ବିଜେଡି ଉପାଧ୍ୟାକ୍ଷ ଦେବାଶିଷ ତ୍ରିପାଠୀ, ଜ଼ିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଅଶ୍ୱିନୀ ଦାସ, ବସନ୍ତ କୁମାର ମହାପାତ୍ର, ଜିଲା ପରିଷଦ ସୁନିଲ ବେହେରା, ଦେବୀପ୍ରସାଦ ମହାପାତ୍ରଙ୍କ ସମେତ ବହୁ କର୍ମୀ ପରିଚାଳନା କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed