June 19, 2026

ସବ-ରେଜିଷ୍ଟ୍ରାରଙ୍କ ଛୁଟି ରେ ଯାଇଥିବା ବେଳେ ତଙ୍କ ରୁମ ରେ ଝୁଲୁଛି ତାଲା, ଦାୟିତ୍ୱରେ ଥିବା ଅଧିକାରୀ କୋର୍ଟ ରୁମରେ କାର୍ଯ୍ୟ କରୁଛନ୍ତି

IMG-20260619-WA0012
Share

 

 

ଖୋର୍ଦ୍ଧା- ( ପ୍ରିୟଙ୍କା ମହାପାତ୍ର)ଖୋରଧା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଓ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ସୂଚନନୁଯାୟୀ

ଖୋରଧା ସବ-ରେଜିଷ୍ଟ୍ରାର ଦୁଇ ଦିନ ଧରି ଛୁଟିରେ ଅଛନ୍ତି। ତାଙ୍କ ଅନୁପସ୍ଥିତି ସମୟରେ ଖୋରଧା ର ଅତିରିକ୍ତ ତହସିଲଦାରଙ୍କୁ ସବ-ରେଜିଷ୍ଟ୍ରାରଙ୍କ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ ସବ-ରେଜିଷ୍ଟ୍ରାର ଛୁଟିକୁ ଯିବା ସମୟରେ ନିଜ ରୁମ ର ଚାବି ସାଙ୍ଗରେ ନେଇଯାଇଥିବାରୁ ରୁମ ତାଲା ଝୁଲୁଥିବା ଦେଖାଯାଇଛି।

ଫଳରେ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସବ-ରେଜିଷ୍ଟ୍ରାରଙ୍କ ରୁମ ରେ ବସି କାର୍ଯ୍ୟ କରିପାରୁ ନାହାନ୍ତି ଏବଂ ବାଧ୍ୟ ହୋଇ କୋର୍ଟ ରୁମରେ ବସି ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର ଓ କାର୍ଯ୍ୟାଳୟ ପରିଚାଳନା ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ସମ୍ପର୍କରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଙ୍କୁ ପଚାରିବାରୁ ସେ କହିଥିଲେ, “ସାର ଛୁଟିରେ ଥିବା ବେଳେ ତାଙ୍କ ରୁମ ରେ ତାଲା ଝୁଲିବା ବିଷୟରେ ମୁଁ କିଛି କହିପାରିବି ନାହିଁ। ମୁଁ ନୂଆ ଆସିଛି।” ମୁଖ୍ୟ କିରାଣୀ ଙ୍କ ଏହି ଉତ୍ତର ମଧ୍ୟ ଘଟଣାକୁ ନେଇ ଅଧିକ ପ୍ରଶ୍ନ ସୃଷ୍ଟି କରିଛି।ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ଫୋନ ଯୋଗେ ଖୋରଧା ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ “ମୁଁ ଦେଖୁଛି” ବୋଲି ପ୍ରତିକ୍ରିୟା ଦେଇଥିବା ସୂଚନା ମିଳିଛି। କୌଣସି ସରକାରୀ ଅଧିକାରୀ ଛୁଟି ରେ ଯିବା ସମୟ ରେ ଆବଶ୍ୟକ ନଥିପତ୍ର, ଚାମ୍ବର ଏବଂ ଅନ୍ୟାନ୍ୟ ସୁବିଧା ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଇଁ ଉପଲବ୍ଧ ରହିବା ନିୟମ ଥିବାବେଳେ ଖୋର୍ଦ୍ଧା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଘଟିଥିବା ଏହି ଘଟଣା ପ୍ରଶାସନିକ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ତଦନ୍ତ କରି ଦାୟୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି।