June 25, 2026

ଶିଆଳି ପଞ୍ଚାୟତରେ ଗାନ୍ଧୀଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା 

IMG-20241002-WA0033
Share

 

 

କାଶୀନଗର (ରାଧାନାଥ ଚୌଧୁରୀ )

 

କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ପଞ୍ଚାୟତ ବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ କରାଯାଇଥିଲା. ଏହି ଗ୍ରାମ ସଭାରେ ଶିଆଳି ପଞ୍ଚାୟତ ମଧ୍ୟରେ ଥିବା ପ୍ରତ୍ୟକ ଛୋଟ ଛୋଟ ଗ୍ରାମ ରୁ ଗ୍ରାମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ. ଗ୍ରାମ ସଭା ରେ ପଞ୍ଚାୟତ ସରପଞ୍ଚ ରାମ ପ୍ରସାଦ ପଟନାୟକ ସଭାପତିତ୍ୱ କରି ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ ଥିବା ଦର୍ଶାଇ ମୋହନ ମାଝି ସରକାର ଙ୍କ ଯେଉଁ ସବୁ ନୂଆ ନୂଆ ଯୋଜନା ବର୍ତମାନ ଲାଗୁ କରାଯାଇଛି ସେ ବିଷୟରେ ଆଲୋଚନା କରିଥିଲେ. ପଞ୍ଚାୟତ ଅଫିସର ଭଗବାନ ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଏହି ସ୍ୱତନ୍ତ୍ର ଗ୍ରାମ ସଭାରେ 200 ରୁ ଉର୍ଦ୍ଧ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ.

You may have missed