April 28, 2026

ପ୍ରକଳ୍ପ ସ୍ତରୀୟ ପୋଷଣ ମାହ ପାଳନ 

IMG-20241002-WA0035
Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ)ପଦ୍ମପୁର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ ପାଳନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଆଦିତ୍ୟ ଭୋଇ ,ସ୍ୱେଚ୍ଛାସେବୀ ଜ୍ୟୋତ୍ସ୍ନା କର, ମହିଳା ପରିଦର୍ଶକ।,ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ଆଦି ଉପସ୍ଥିତ ଥିଲେ।ଅଙ୍ଗନୱାଡି କର୍ମୀ ବୈଜୟନ୍ତୀ ଦାଶ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ କୁଇଜ୍, rangoli,ନୃତ୍ୟ ,ବକ୍ତୃତା ପ୍ରତିଯୋଗୀତା କରାଯାଇଥିଲା ଓ ପୁରସ୍କାର ବିତରଣ କରାଗଲା।ପରିଶେଷରେ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଗୋଲି ରାଉତ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।