April 27, 2026

କାଶୀନଗର ବ୍ଲକ ରେ ସ୍ୱଚ୍ଛତା ଦିବସ ଅନୁଷ୍ଠିତ 

IMG-20241002-WA0027
Share

କାଶୀନଗର (ରାଧାନାଥ ଚୌଧୁରୀ )

ତା 2/10/24

ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆଜି ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ସ୍ୱଛତା କୁ ଆପଣେଇ ନିଜେ ଏବଂ ପରିବେଶ କୁ ସ୍ୱଚ୍ଛ ରଖିବା ପାଇଁ ଶପଥ ପାଠ କରାଇବା ପରେ ସଫେଇ କାମ ଆରମ୍ଭ କରାଯାଇଥିଲା. ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ କାମ କରୁଥିବା ବିଭିନ୍ନ ପଦାଧିକାରୀ ମାନେ ଏହି ସଫେଇ କାମ ରେ ସହଯୋଗ କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ପୁରା ସଫା କରିଥିଲେ.ସ୍ଥାନୀୟ ସି ଡି ପି ଓ କନକ ଲତା ପୂଜାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ ପରିଚାଳନା କରିଥିଲେ. ସେହିପରି କାଶୀନାଗା ଏନ ଏ ସି ତରଫରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କ ଉପସ୍ଥିତିରେ ଏକ ସଫେଇ କାର୍ଯ୍ୟକ୍ରମ କରି ସ୍ଥାନୀୟ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ସଫା କରିଥିଲେ.