କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ତାଳଚେର, ୦୨/୦୮ ଆଜି ତାଳବେଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ କ୍ଲୋଷ୍ଟୋର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ବାଲୁଙ୍ଗା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏସସିଇଆରଟିଙ୍କ ନିର୍ଦ୍ଦେଶକ୍ରେମ ଶିଶୁବାଟ୍ଟିକା, ଏଫଏଲଏନ, ବହୁଶ୍ରେଣୀ ଶିକ୍ଷକ କାର୍ଯ୍ୟ ଉପସ୍ଥାପନ ସହିତ କାର୍ଯ୍ୟ ସୂଚୀମତେ ସମସ୍ତ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି ସତ୍ୟଜିତ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନନ୍ତ ନାରାୟଣ ଆଚାର୍ଯ୍ୟ, ସଞ୍ଜୟ ପ୍ରଧାନ, ଦିଲ୍ଲେଶ୍ୱର ପତି, ସଙ୍ଗୀତା ମଞ୍ଜରୀ ଦାସ, ପ୍ରମିଳା ଦାଶ, ନିରୋଜ ଦାସମହାପାତ୍ର, ସ୍ୱର୍ଣ୍ଣପ୍ରଭା ପୃଷ୍ଟି, ମମତା ଦେହୁରୀ, ପ୍ରତିଭା ରାଉଳ, ପ୍ରମୋଦ ସାମନ୍ତରାଏ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରି ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଶିକ୍ଷୟତ୍ରୀ ପ୍ରିୟାଲିନ୍ ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।
