April 28, 2026
IMG-20250802-WA0097
Share

 

 

 

ତାଳଚେର, ୦୨/୦୮ ଗତ ଗୁରୁବାର ଦିନ ବିଶେଷ ସୂତ୍ରରୁ ତାଳଚେର ଟାଉନ ପୋଲିସ୍ ଖବର ପାଇ ସୁନା ଖଣି ଗ୍ରାମର ଭାଗିରଥି ମହାରଣା ଓ ତାଙ୍କ ପୁତ୍ର ପିଙ୍କୁ ମହାରଣା ଚନ୍ଦନକାଠ ଚୋରୀକରି ବେଆଉନଭାବେ ଘର ଭିତରେ ରଖିଥିଲେ ଓ ଏହାକୁ ସେମାନେ ଯଥାଶିଘ୍ର ବିକ୍ରି କରିଦେବେ ବୋଲି ଗଚ୍ଛିତ ରଖିଥିଲେ । ଏହି ଖବର ଅନୁସାରେ ତାଳଚେର ଥାନା ସବଇନ୍ସିପେକ୍ଟର ତୁଷାରକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଯାଇ ସୁନାଖଣି ଗ୍ରାମ ଭାଗିରଥି ମହାରଣାଙ୍କ ଘରେ ଚଢ଼ାଉ କରିବା ପରେ ତାଙ୍କ ଘରୁ ପ୍ରାୟ ୫୧.୪ଶହ ୪୦ କିଲୋଗ୍ରାମର ମୂଲ୍ୟବାନ୍ ଚନ୍ଦନକାଠ ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ୭୧ହଜାର ଟଙ୍କା ହେବ । କାଠକୁ ଜବତ କରିବା ସହ ଭାଗିରଥି ମହାରଣା (୫୨) ଓ ପିଙ୍କୁ ମହାରଣା ୨୭)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ଜଣାପଡ଼ିଛି । ତେବେ କଥା ଉଠେ ଏହି ସେ କେଉଁଠୁ ଆଣିଲେ ଓ କିପରି ଆଣିଲେ ତାହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଜଣାପଡ଼ନ୍ତା ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।