April 29, 2026

ସମସ୍ତ କୃଷି ଭିତ୍ତିକ ଯୋଜନାର ପ୍ରସାର ଓ ପ୍ରଚାର ନିମନ୍ତେ ଗଞ୍ଜାମ ଜିଲ୍ଲାରେ କୃଷିରଥର ପରିଭ୍ରମଣ

IMG-20230502-WA0023
Share

 

 

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମସ୍ତ କୃଷି ଭିତ୍ତିକ ଯୋଜନାର ପ୍ରସାର ଓ ପ୍ରଚାର ନିମନ୍ତେ ଗଞ୍ଜାମ ଜିଲ୍ଲାରେ କୃଷିରଥର ପରିଭ୍ରମଣ ନିମନ୍ତେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ୬ଗୋଟି କୃଷିରଥର ଶୁଭାରମ୍ଭ କରିଛନ୍ତି । ଜମିର ଉର୍ବରତା ବୃଦ୍ଧିକରିବା ନିମନ୍ତେ ସବୁଜ ସାରର ପ୍ରୟୋଗ, ନିରନ୍ତର ଫସଲ ନିମନ୍ତେ ମାଟି ପରୀକ୍ଷା, ଅମ୍ଲ ବା କ୍ଷାର ମାଟିକୁ ସୁଧାରିବା ନିମନ୍ତେ ଆବଶ୍ୟକ ମୁତାବକ ଚୂନର ବ୍ୟବହାର, ଅଧିକ ଉତ୍ପାଦନ ନିମନ୍ତେ କମ୍ପୋଷ୍ଟ ଖତ, ଜୈବ ସାର ଓ ରାସାୟନିକ ସାରର ସଠିକ ମାତ୍ରା ଓ ବ୍ୟବଧାନରେ ବ୍ୟବହାର, ଦେଶୀ ବିହନର ସଂରକ୍ଷଣ ଓ ପୁନଃ ପ୍ରଚଳନ, ଫସଲ ବିବିଧିକରଣରେ ଥିବା ସୁବିଧା ସୁଯୋଗ ଆଦି ବିଷୟରେ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ଓଡିଶା ମିଲେଟ୍ସ ମିଶନ୍ ଜରିଆରେ ଓଡିଶାର ଆଦିବାସୀ ଅଞ୍ଚଳରେ ପୁଷ୍ଟି ଶସ୍ୟକୁ ଜମି ଏବଂ ଖାଦ୍ୟ ଉଭୟରେ ପୁନଃ ପ୍ରଚଳନ କରିବା ନିମନ୍ତେ ଏହି ସ୍ବତନ୍ତ୍ର କୃଷିରଥ ଗୁଡିକ ଜିଲ୍ଲାର ସମସ୍ତ ବ୍ଲକ୍ ପରିଭ୍ରମଣ କରିବ । ପୁଷ୍ଟି ସଶ୍ୟର ଘରୋଇ ଉପଯୋଗକୁ ବେସ୍ ଲାଇନ୍ ଠାରୁ ୨୫ ପ୍ରତିଶତ ବୃଦ୍ଧିକରିବା, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୁଷ୍ଟି ସଶ୍ଯ ଖାଦ୍ୟର ଅଭ୍ୟାସରେ ସଂସ୍କାର ତଥା ପରିବର୍ତ୍ତନ ଆଣିବା, ଗୋଷ୍ଠୀ ଭିତ୍ତିକ ବିହନ ବ୍ୟବସ୍ଥାର ପ୍ରଚାଳନ, ପୁଷ୍ଟି ସଶ୍ଯର ଫସଲ ପ୍ରଣାଳୀକୁ ଉନ୍ନତ କରିବା ସହ ଉତ୍ପାଦନ ବୃଦ୍ଧି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କୀର୍ତ୍ତୀ ଭାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, ଛତ୍ରପୁର କୃଷି ଅଧିକାରୀ ବିଦୂର ସେଠ ମାଝୀ, ସ୍କିମ୍ ଅଫିସର ଅଜିତ୍ କୁମାର ମହାପାତ୍ର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ