September 21, 2024

ବିଭିନ୍ନ ବିଦ୍ୟାଳୟରରେ ପ୍ରବେଶ ଉତ୍ସବ ଅନୁଷ୍ଠିତ…

Share


ବୁଗୁଡ଼ା : ତା ୦୨/୦୪/୨୪ : ଚଳିତ ବର୍ଷ ଅପ୍ରେଲ ୨ ତାରିଖରୁ ନୂତନ ଶିକ୍ଷାବର୍ଷର ଆରମ୍ଭ ହୋଇଛି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ସମେତ ବୁଗୁଡା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶିକ୍ଷାନୁଷ୍ଠାନର ପ୍ରବେଶ ପଥରେ ଶିକ୍ଷାର୍ଥୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ବିଦ୍ଯାଳୟ ଗୁଡିକରେ ପ୍ରବେଶ ଉତ୍ସବ ପାଳନ ଯୋଗୁଁ ବିଦ୍ଯାର୍ଥୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।