April 30, 2026

ମନ୍ଦିର ବେଢାରେ ଗଦା ଗଦା ପଥର ଆଗାମୀ ପଣାସଂକ୍ରାନ୍ତୀ ରେ ଯାତ୍ରୀଙ୍କ ପାଇଁ ସମସ୍ୟା -ଅଧାରେ ଅଟକିଛି ଉନ୍ନତିକରଣ କାର୍ଯ୍ୟ !

mnm
Share


ତିର୍ତ୍ତୋଲ ::-ଗତ ୨୦୨୨ମସିହା ଜୁନ ୨ ତାରିଖରେ ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠର ରୂପାନ୍ତକରଣ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ୪୨ କୋଟି ଟଙ୍କା ବ୍ୟୟ କରାଯାଇ, ମାତ୍ର ୧୮ ମାସ ମଧ୍ୟରେ ଏହା ଶେଷ କରାଯିବ ବୋଲି ଘୋଷଣା କରାଯାଇଥିଲା। ଆଉ ମାତ୍ର ୨ ମାସ ପରେ ୩ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ , ଅଜି ପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ
ପାରିନାହିଁ। ଆଉ ମାତ୍ର ଦେଢ଼ମାସ ପରେ, ମାଆ ସାରଳା ଙ୍କର ଚନ୍ଦନଯାତ୍ରା ହେବାକୁ ଯାଉଛି। ମାତ୍ର ଚନ୍ଦନପୋଖରୀ ର ଚତୁଃପାର୍ଶ୍ଵରେ ପଥର ବିଛାଇବା ପାଇଁ, ପୀଠର ସମ୍ମୁଖଭାଗରେ ଟ୍ରକ ଟ୍ରକ ପଥର ଗଦାହୋଇଛି। ଅପର ପକ୍ଷରେ ମନ୍ଦିର ବେଢ଼ାରେ ମଧ୍ୟ ପଥର ବିଛାଇ କାମ ପାଇଁ, ଆଉ କିଛି ପଥର ମୂଖ୍ୟ ପ୍ରବେଶ ପଥ ରେ ଗଦା ହୋଇଛି। ଆଉ ମାତ୍ର ଦଶ ଦିନ ପରେ , ମାଆଙ୍କ ପୀଠରେ ସବୁଠାରୁ ଅଧିକ ଜନସମାଗମ ଯାତ୍ରା, ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ , ଏହି ଗଦା ଗଦା ପଥର ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଏଥି ପାଇଁ ବିଦ୍ଧିବଦ୍ଧ ଭାବେ, ଏଠାରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଦେବୋତ୍ତର ବିଭାଗ ବା ଜିଲ୍ଲାପ୍ରଶାସନ ତରଫରୁ ଡକା ଯାଇନାହିଁ। ବିଶେଷ କରି ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, ସ୍ଥାନୀୟ ଅଧିବାସୀ ହେଲେ ମଧ୍ୟ ସେ ରାଜଧାନୀ ଭୁବନେଶ୍ୱର ରେ ରହୁଛନ୍ତି। ପ୍ରତିବର୍ଷ ମନ୍ଦିର ପାଣ୍ଠି କୁ ପ୍ରାୟ ୨୦ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ଆସୁଥିଲା ବେଳେ, ଏଠାରେ ମାତ୍ର ୨/୪ ଜଣ କର୍ମଚାରୀଙ୍କୁ ଦେଖିବାକୁ ମିଳିଥା ଏ । ପ୍ରଶାସନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦି ପ୍ରତି ସପ୍ତାହରେ ଥରେ ଦିଥର ଆସି ଏଠୀକାର, ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ, ରୂପାନ୍ତକରଣ କାର୍ଯ୍ୟ କରୁଥିବା ଠିକାଦାରୀ ସଂସ୍ଥାର , କାର୍ଯ୍ୟର ତଦାରଖ କରନ୍ତେ, ତେବେ ହୁଏତ ଏଠାରେ ଉପୂଜୁଥିବା ଅଭାବ, ଅସୁବିଧା ଓ ସମସ୍ୟାର ଆଶୁ ସମାଧାନ ହୋଇପାରନ୍ତା। ତେବେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଓ ଆଗାମୀ ଚନ୍ଦନଯାତ୍ରା ର ସୁପରିଚାଳନା ପାଇଁ, ପ୍ରଶାସନ ପକ୍ଷରୁ କିପ୍ରକାରର ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର )

You may have missed