May 19, 2024

ଦଣ୍ଡଯାତ୍ରା ପାଇଁ ବୁଗୁଡ଼ା ଅଞ୍ଚଳ ଉତ୍ସବ ମୁଖର

Share


ବୁଗୁଡ଼ା : ତା ୦୨/୦୪/୨୪ : ସଂପ୍ରତି ଦଣ୍ଡଯାତ୍ରା ଯୋଗୁଁ ବୁଗୁଡ଼ା ଅଞ୍ଚଳ ଉତ୍ସବ ମୁଖର ସହ ଚଳଚଞ୍ଚଳ ହୋଇଉଠିଛି । ବୁଗୁଡା ବ୍ଳକର ଗ୍ରାମାଞ୍ଚଳ ସାଙ୍ଗକୁ ସହରାଞ୍ଚଳରେ ମଧ୍ୟ କେଉଁଠି ନା କେଉଁଠି ଦଣ୍ଡଯାତ୍ରା ଯୋଗୁଁ ବିଭିନ୍ନ ଦଣ୍ଡଦଳର ନଗରଭ୍ରମଣ କାଳରେ ପ୍ରତ୍ୟେକ ଘର ସମ୍ମୁଖରେ କୁମ୍ଭସ୍ଥାପନର ସୁଦୃଶ୍ୟ ସାଙ୍ଗକୁ ଝୁଣାର ମହକ ଓ ଗଗନ ପବନ ପ୍ରକମ୍ପିତ ଢୋଲ ଶବ୍ଦ ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି କରୁଛି । ଦଣ୍ଡୁଆଙ୍କ ଧୂଳିଦଣ୍ଡ, ଜଳଦଣ୍ଡ, ଅଗ୍ନିଦଣ୍ଡ ଓ ପରଭା ନୃତ୍ୟ ଶ୍ରଦ୍ଧାଳୁଙ୍କୁ ଏକ ଭାବବିହ୍ଵଳ ବାତାବରଣ ମଧ୍ୟକୁ ଟାଣି ନେଉଛି । ଏଥି ସହ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି । ଅନ୍ୟପକ୍ଷରେ ଦଣ୍ଡଯାତ୍ରା କାଳରେ ବାନା, ବାଡି, ବେତ, ପିଞ୍ଛମୁଠା,ଫୁଲମାଳ, ନବାତ ଓ ଫଳ ଆଦି ପୂଜା ସାମଗ୍ରୀ କ୍ରୟ ସକାଶେ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ବିଭିନ୍ନ ଦୋକାନରେ ଦେଖିବାକୁ ମିଳୁଛି । ତେବେ ଏହି ପାରମ୍ପରିକ ଦଣ୍ଡଯାତ୍ରା ଅବସରରେ ଅଞ୍ଚଳର ବିଭିନ୍ନ ଲୋକକଳାର ଛବି ପ୍ରତିଫଳିତ ହେଉଥ‌ିବା ଦେଖିବାକୁ ମିଳୁଛି ।