April 30, 2026

ବିପୁଳ ପରିମାଣର ଚୋରା ଦେଶୀ ମଦ ପୋଚ ନଷ୍ଟ କଲେ ଗାରାବନ୍ଧ ପୋଲିସ ..

IMG-20240901-WA0024
Share

ଗଜପତି ଜିଲ୍ଲା ଅନ୍ତର୍ଗତ ଗାରାବନ୍ଧ ପୋଲିସ ଆଜି ଅଚାନକ ବୁରୁଝାଲି ଏବଂ ବଡହଂସ ଅଞ୍ଚଳରେ ଚଡାଉ କରି ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ମହୁଲି ପୋଚ୍ଚସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଅଞ୍ଚଳରେ ଚୋରା ଦେଶୀ ମଦ ପିଇ ଆଜ ସୁଦ୍ଧା ତିନି ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏକାଧିକ ମଦୁଆ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଗଞ୍ଜାମ ମଦ ମୃତ୍ୟୁ ପରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ବିଜୟ କୁମାର ଦାସ ଏବଂ ଗଜପତି ଆରକ୍ଷୀ ଅଧିକ୍ଷକ

ସ୍ଵାତୀ ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଚୋରା ମଦ ପ୍ରସ୍ତୁତି ସ୍ଥାନ ଗୁଡିକ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକା ନିଜ କର୍ମଚାରୀ ମାନଙ୍କୁ ନେଇ ଚୋରା ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିଥିବା ଜଣାପଡିଛି।

You may have missed