April 30, 2026

ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ,

IMG-20240901-WA0027
Share

 

ସଂଗଠନ ପୁନଃ ଗଠନ ଗୁଣପୁର, 1/9(ସୁରେନ୍ଦ୍ର ମହାନ୍ତି )-ରାୟଗଡା ଜିଲ୍ଲା ଗୁଣପୁର କଲେଜ ନିକଟ କାଶୀ ବିଶ୍ୱନାଥ ମନ୍ଦିର ଠାରେ ଆଜି ଜାଗୃତି ସାଂସ୍କୃତିକ ସଂଗଠନ ର ସଭାପତି ମନୋରଞ୍ଜନ ରଥ ଙ୍କ ଅଧ୍ୟକ୍ଷତା ରେ ବୈଠକ ହୋଇଥିଲା l ଏଥିରେ ସଂଘ ର ପୁନର୍ଗଠନ ଉପସ୍ଥିତ ସଦସ୍ୟ ଙ୍କ ସହମତି ରେ ହୋଇଥିଲା l ଏଥି ସହ ମା ଗଜଲକ୍ଷ୍ମୀ ଙ୍କ ପୂଜା ବିଧି, ନିତିକାନ୍ତି ର ସବିଶେଷ ଆଲୋଚନା ହୋଇଥିଲା l ଏହା ସହ ବିଭିନ୍ନ କାର୍ଯ୍ୟ ସୁରୁଖୁରେ ରେ ସମ୍ପାଦନ ନିମନ୍ତେ ଦାଇତ୍ୱ ବଣ୍ଟନ କରାଗଲା l ସମସ୍ତ କାର୍ଯ୍ୟ ର ସମୀକ୍ଷା ନିମନ୍ତେ ସର୍ବସମ୍ମତି କ୍ରମେ ଆଗାମୀ ୨୧ ତାରିଖ ରବିବାର ଦିନ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା l ଅକ୍ଟବର 16 ତାରିଖରୁ ବ୍ଲକ ଅଫିସ ସମୁଖ ସଂଗଠନ ର ମଣ୍ଡପ ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା 9 ଦିନ ପାଇଁ ଅନୁଷ୍ଠିତ ହେବ l ପୂଜା ସମୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ମଧ୍ୟ ସ୍ଥିର ହୋଇଥିଲା l ନୂତନ କମିଟିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ମନୋ ଶ୍ରୀ ରଞ୍ଜନ ରଥ, କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋପୀନାଥ ପାତ୍ର,ଉପ ସଭାପତି ଶ୍ରୀ ଗୋପାଳ କୃଷ୍ଣ ପାଣିଗ୍ରାହୀ, ସମ୍ପାଦକ ଶ୍ରୀ ଶିବ ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ବଳରାମ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀ ରବି ନାରାୟଣ ଶତପଥୀ, ଯୁଗ୍ମ କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ ପାଣିଗ୍ରାହୀ, ଉପଦେଷ୍ଟା ଶ୍ରୀ ସୋମେଶ୍ୱର ସାମଲ, ଶ୍ରୀ ଭଗବାନ ନିଶଙ୍କ, ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଏବଂ ରାଜେନ୍ଦ୍ର ପ୍ରସାଦ ସାହୁକାର ପ୍ରମୁଖ ଚୟନ ହୋଇଥିଲେ l ଶେଷରେ ଶ୍ରୀ ମୀନ କେତନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l

You may have missed