May 18, 2024

ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ…

Share


ବୁଗୁଡା : ତା ୦୧/୦୪/୨୪ : ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଚେୟାରମ୍ୟାନ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଲୋକଗୀତ ଗାୟକ ପଦ୍ମଶ୍ରୀ ଗୋପିନାଥ ସ୍ବାଇଁ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ନାଟ୍ୟକାର ମେଜର ରମା ରମଣ ପାଢୀ , ମୁଖ୍ୟ ବକ୍ତା ଭାବେ ଡୁରା କଲେଜର ପ୍ରାକ୍ତନ ଅଧ୍ଯକ୍ଷ ବନମାଳୀ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରାମର୍ଶଦାତା ସୁରେଶ ଚନ୍ଦ୍ର ଦାଶ ଓ ଟ୍ରଷ୍ଟି ଏ. ଜାନକୀରାଣୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହ ଛାତ୍ରଛାତୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ଉତ୍ସବର ପ୍ରାରମ୍ଭରେ ପ୍ରିନ୍ସିପାଲ ବାଲଗୋପାଲ୍ ଶତପଥୀ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପରିଶେଷରେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।