May 18, 2024

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳିତ…

Share


ବୁଗୁଡ଼ା : ତା ୦୧/୦୪/୨୪ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ସ୍ନାନୀୟ ନିୟୁ ଏରା ପବ୍ଲିକ ସ୍କୁଲରେ ଶିକ୍ଷକ ଅନିରୁଦ୍ଧ ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ପାଳନ ଉତ୍ସବରେ ବୁଗୁଡା ମିଡିଆ କ୍ଲବ୍ ସଭାପତି ଅନୀଲ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳର ବରପୁତ୍ରମାନଙ୍କ ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ପୌରହିତ୍ୟରେ ଏବଂ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ଅଧ୍ଯକ୍ଷତାରେ ଉତ୍କଳ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ତତ୍ତ୍ବାବଧାନରେ ଉତ୍କଳ ଦିବସ ପାଳିତ ହୋଇଥିଲା ।