ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ “ପ୍ରଥମ ଦିନ” ଉତ୍ସବ….

sisum
Share


ବୁଗୁଡ଼ା : ତା ୦୧/୦୪/୨୪ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପବିତ୍ର ଉତ୍କଳଦିବସରେ “ପ୍ରଥମ ଦିବସ” ଉତ୍ସବ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର , ଯୋଗ ଦେଇଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । “ପ୍ରଥମ ଦିନ”ଉତ୍ସବ ଅବସରରେ ହୋମ କାର୍ଯ୍ୟ ପୂର୍ବକ ନୂତନ ଶିକ୍ଷାବର୍ଷର କାର୍ଯ୍ୟାରମ୍ଭ ହୋଇଥିଲା । ଏଥିରେ ଯଜ୍ଞକର୍ତ୍ତା ଭାବେ ଭଜରାମ ଜେନା ଯୋଗ ଦେଇଥିଲେ । ଏ ଅବସରରେ ଶିଶୁବାଟିକା ପକ୍ଷରୁ ଶିଶୁ ଭାଇ ଓ ଭଉଣୀ ମାନଙ୍କୁ ନେଇ ବିଭିନ୍ନ ଆନନ୍ଦମୟ କ୍ରୀଡା ଅନୁଷ୍ଠିତ ହୋଇଥିଲା । ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ଦ୍ବାରା ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଗୁରୁମା ହରପ୍ରିୟା ମିଶ୍ର ସଂଯୋଜନା , ଛାତ୍ରୀ ଯୁଗରୂପା ଯୁଗାନ୍ତିକା ସାହୁ ଶାନ୍ତି ପାଠ ସହ ରାଷ୍ଟ୍ର ଗାନ ପରିବେଷଣ କରିଥିବା ବେଳେ ପରିଶେଷରେ ଗୁରୁଜୀ ଗାନ୍ଧୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।