April 27, 2026

ଗଜପତି:- ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର-ପୂର୍ଣ୍ଣପୀଠ , ପାର୍ଶମ୍ୱା ଠାରେ ୨୭ ତମ ବାର୍ଷିକ ଉତ୍ସବ ପାଳିତ

IMG-20260201-WA0042
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପାର୍ଶମ୍ୱା ସ୍ଥିତ ପୂର୍ଣ୍ଣପୀଠ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆଜି ବିଦ୍ୟାଳୟର ୨୭ ତମ ବର୍ଷିକ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଯୋଗ ଦେଇ ଶିକ୍ଷାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଞ୍ଚଳିକ ବ୍ୟାଙ୍କ୍ ପରିଚାଳକ ବିଶ୍ଵନାଥ ପାଣିଗ୍ରାହୀ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର , ପିଲାମାନେ ବହିରେ ଯେଉଁସବୁ ପାଠ ପଢି ଥାଆନ୍ତି , ତାହାର ବ୍ୟବହାରିକ ମାଧ୍ୟମ ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ।

ଅନୁଷ୍ଠାନର ସଭାପତି ଶ୍ରୀମତୀ ଗୀତାଞ୍ଜଳି ଦାସ ଆଜିର ଏହି ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାର୍ଷିକ ଉତ୍ସବର ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ର ନାଥ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭ୍ୟା ଶ୍ରୀମତୀ କଳ୍ପନା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ନିଜର ଅଭିଭାଷଣ ରଖିଥିଲେ ।

ପରେ ପରେ ବିଦ୍ୟାଳୟ ତରଫରୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ସହ ପିଲା ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଗୀତିନାଟ୍ୟ ପରିବେଷଣ କରାଯାଇଥିଲା।

ଶେଷରେ ମାତୃପୀଠ ସମ୍ପାଦକ ବିଜୟ କୁମାର ମୁନି ଉପସ୍ଥିତ ସମସ୍ତଙ୍କୁ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–