ସମଲେଶ୍ୱରୀ ମନ୍ଦିରରେ ଭଜନ ସନ୍ଧ୍ୟା 

IMG-20260427-WA0000
Share

 

 

ସମ୍ବଲପୁର, ୨୬.୦୪( ):ରବିବାର ସନ୍ଧ୍ୟାରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଭକ୍ତି ସଙ୍ଗୀତର ସ୍ୱରରେ ଭକ୍ତିମୟ ପରିବେଶରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଭଜନ ସନ୍ଧ୍ୟାର ଆୟୋଜନ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ଓ କଳାକାରମାନଙ୍କ ପକ୍ଷରୁ କରାଯାଇଥିଲା। ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା, ସନ୍ତୋଷ କୁମାର ପୃଷେଠ, ହେମନ୍ତ ମିଶ୍ର, ଦେଓ କୁମାର ଆଜମେରିଆ ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଡ଼: ଶ୍ୟାମ ସୁନ୍ଦର ଧର, ସୁଶାନ୍ତ ମିଶ୍ର ,ସୁଶୀଲ ଦାସ ,ସୁନୀଲ ତ୍ରିପାଠୀ, ତ୍ରିଲୋଚନ ତ୍ରିପାଠୀ ,ରଞ୍ଜନ ସାହୁ, ପ୍ରସନ୍ନ ପ୍ରଧାନ ଓ ରତନ ଲାଲ ଶର୍ମା ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

 

ଭଜନ ସନ୍ଧ୍ୟାରେ ସମ୍ବଲପୁରର ପ୍ରସିଦ୍ଧ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ ଯାହା ଉପସ୍ଥିତ ଭକ୍ତମାନଙ୍କୁ ବିମୋହିତ କରିଥିଲା। ସୁମଧୁର କଣ୍ଠରେ

ଆକାଂକ୍ଷା ବେହେରା, ଚନ୍ଦନ, ଆଶିଷ, ଭାରତୀ ପଣ୍ଡା, ଚିନ୍ମୟୀ ମୁଦୁଲି, ଆନନ୍ଦ ମେହେର, ଅନଙ୍ଗ ସାଇ ଦେଓ , ବିଜୟ ମିଶ୍ର ,ଯୁଗଳ ଓ ମୃଦୁଳା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।

ଅନଙ୍ଗ କୁମାର ସାଇଦେଓ, ଦେବାଶିଷ ପାଢ଼ୀ, ଭାଗିରଥୀ ସିଂଦେଓ ଓ ଦିବାକର ମହାନନ୍ଦ ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅନଙ୍ଗ କୁମାର ସାଇଦେଓ ପରିଚାଳନା କରିଥିଲେ |

 

ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ରବିବାର ସନ୍ଧ୍ୟାରେ ଏହିପରି “ଭଜନ ସନ୍ଧ୍ୟା” ନିୟମିତ ଭାବରେ ଆୟୋଜନ କରାଯାଉଛି। ସ୍ଥାନୀୟ କଳାକାର ଓ ଶିଳ୍ପୀମାନଙ୍କ ସହଭାଗିତାରେ ଏହି ପ୍ରୟାସ ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବ ବୋଲି ଭକ୍ତମାନେ ଆଶା ବ୍ୟକ୍ତ କରିଛନ୍ତି।

ଉପସ୍ଥିତ ଭକ୍ତମାନେ କହିଥିଲେ, “ଏପରି ଆୟୋଜନମାନେ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶକୁ ଅଧିକ ସୁଦୃଢ଼ କରିବା ସହିତ ଯୁବପିଢ଼ୀଙ୍କୁ ଭଜନ ଓ ଭକ୍ତି ପ୍ରତି ଆକର୍ଷିତ କରିବ। ଏହା ମା’ଙ୍କ ମହିମା ପ୍ରଚାରରେ ମଧ୍ୟ ସହାୟକ ହେବ।” ମା’ଙ୍କ ପୀଠ ସମ୍ବଲପୁରର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ଏବଂ ଏହାର ପବିତ୍ରତା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସଭାପତି ସଞ୍ଜୟ ବାବୁ କହିଛନ୍ତି।