April 27, 2026

ପାରାଦୀପରେ ଅଘଟଣ। ମହାନଦୀରେ ଟାଣୁଥିଲେ ଜାଲ, ବୁଡିଗଲେ ବୃଦ୍ଧ..

IMG-20260427-WA0001
Share

   ପାରାଦୀପରେ ଅଘଟଣ। ମହାନଦୀରେ ଟାଣୁଥିଲେ ଜାଲ, ବୁଡିଗଲେ ବୃଦ୍ଧ। ପହଁରି ପହଁରି ହାଲିଆ ହୋଇପଡିଲେ। ମହାନଦୀର ଅଥଳ ପାଣିରେ ମାଟି ଲାଗିଗଲେ। ପାରାଦୀପଗଡର ମହେନ୍ଦ୍ର ସେଠୀ ଯାହାଙ୍କ ବୟସ ୬୦ ରୁ ଉର୍ଦ୍ଧ୍ବ ହେବ, ଆଜି ଭୋର ସମୟରେ ନିଜ ଗାଁ ର ରାଜେଶ ତରାଇ ନାମକ ଜଣେ ଯୁବକଙ୍କୁ ସାଙ୍ଗରେ ନେଇ ଜାଲ ଟାଣୁଥିଲେ। ନଦୀ ଜୁଆରିଆ ଥିବାରୁ ଏବଂ ପହଁରିବା ଫଳରେ ଥକିପଡି ପାଣିରେ ବୁଡ଼ି ଯାଇଥିବା କହିଛନ୍ତି ରାଜେଶ। ରାଜେଶ ନିଜେ ଥକିପଡିବା ସତ୍ଵେ ଖୋଜାଖୋଜି କରିଥିଲେ ବି ମହେନ୍ଦ୍ରଙ୍କୁ ପାଇନଥିଲେ। ସକାଳୁ କୁଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ୩ ଘଣ୍ଟା ଖୋଜାଖୋଜି କରିବା ପରେ ଉଦ୍ଧାର କରିଛନ୍ତି ମୃତଦେହ। ପାରାଦୀପ ଲକ୍ ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )