ଆଜିର ଖବର..
୧-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଅଭିଯୋଗ ଶୁଣାଣି ସ୍ଥଗିତ ରଖିଲେ ମୁଖ୍ୟମନ୍ତ୍ରୀ।
୨-ଆଜିଠୁ ସବୁ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି, ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ ସହ ଯୋଡ଼ି ରଖିବାକୁ ଆରମ୍ଭ ହେବ ‘ଗ୍ରୀଷ୍ମ କାଳୀନ ଶିକ୍ଷା’।
୩-ପଟାଙ୍ଗି: ଜନଗଣନା ଅଧିକାରୀଙ୍କୁ ତଥ୍ୟ ଦେଲେନି କୋଟିଆ ବାସୀ।
୪-ଜୁଲାଇ ୧୬ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ତୁମ୍ବରେ ଆରମ୍ଭ ହୋଇଛି ବିନ୍ଧ ଅନୁକୂଳ।
୫-ଭୁବନେଶ୍ୱର:ଉଚ୍ଚ ତାପମାତ୍ରା ବଢ଼ାଉଛି ବାୟୁ ପ୍ରଦୂଷଣ,ଅରେଞ୍ଜ ଜୋନରେ ଅନୁଗୋଳ।
୬-ଭୁବନେଶ୍ୱର:ପୂର୍ବତଟ ରେଳପଥରୁ ୧୨୩୯ ପଦ ଉଛେଦ ଲକ୍ଷ୍ୟ ଦେଲା ବୋର୍ଡ।
୭-ଶିମିଳିପାଳରେ ନୂଆ ଅତିଥି, ନ୍ୟାସନାଲ୍ ପାର୍କରେ ବୁଲୁଛି ବାହାର ରାଜ୍ୟର ମହାବଳ ବାଘ।
୮-ବିଦେଶରେ ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ପାଳନକୁ ନେଇ ବିବାଦ ତୀବ୍ର।ଗାଲୁଆମୀର ସୀମା ଡେଇଁଲାଣି, ଜଗନ୍ନାଥ ସଂସ୍କୃତିକୁ ଅପମାନର ଶିଖର ଛୁଇଁଲାଣି।
୯-ଖଣ୍ଡଗିରି: ଅଣଓଡ଼ିଆ MBA ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ବୃଦ୍ଧ ଗିରଫ।
୧୦-ମାଲକାନଗିରି ଜିଲ୍ଲାର ରାସ୍ତା କଡ଼ରେ ଜମୁଛି ତାଳସଜ ପସରା, ଜନଜାତିଙ୍କ ରୋଜଗାରର ପାଲଟିଛି ପ୍ରମୁଖ ମାଧ୍ୟମ।
୧୧-ଭଦ୍ରକ,ବନ୍ତ ଛକ:ଗାଡ଼ିରୁ ୫ଟି ଗୋରୁ ଉଦ୍ଧାର, କାରକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ
୧୨-କଟକ:କଟକ ବଡ଼ଡାକ୍ତରଖାନାରେ ଖୁବ୍ ଶୀଘ୍ର ଯକୃତ ପ୍ରତିରୋପଣ ୟୁନିଟ୍ କାର୍ଯ୍ୟକ୍ଷମ ହେବ।
୧୩-୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ,ଆଜି ବାଚସ୍ପତିଙ୍କୁ ଭେଟିବେ ବିଜେଡି ବିଧାୟକ।
୧୪-IPL 2026 ରେ କ୍ୟାଚ୍-ଡ୍ରପ୍ ଭାଇରସ୍ ଖେଳାଳିମାନଙ୍କ ଚିନ୍ତା ବଢ଼ାଇଛି। ସହଜ କ୍ୟାଚ୍ ଖସିବାରୁ ମ୍ୟାଚ୍ ଫଳାଫଳ ବଦଳୁଛି ଏବଂ ଦଳମାନେ ହାରୁଛନ୍ତି।
୧୫-ଚେନ୍ନାଇ:ରାବାଡା, ସୁଦର୍ଶନ ଚମକିଲେ, ଗୁଜୁରାଟ ବିଜୟୀ।
୧୬-ଲକ୍ଷ୍ନୈ।:ସୁପର ଓଭରରେ ଲକ୍ଷ୍ନୌକୁ ହରାଇଲା କଲକାତା।
୧୭-ଜୋହାନ୍ସବର୍ଗ: ମହିଳା ଟି ଟ୍ବେଣ୍ଟି ଚତୁର୍ଥ ମ୍ୟାଚ୍ ରେ ଦୀପ୍ତିଙ୍କୁ ୫ ଓ୍ବିକେଟ୍,ଭାରତ ବିଜୟୀ।
୧୮-ଗୋଆ-ମୁମ୍ବାଇ ଭଳି ଭୁବନେଶ୍ବରରେ ଚାଲୁଛି ରେଭ୍ ପାର୍ଟି, ସାରା ରାତି ନିଶାରେ ଝୁମୁଛନ୍ତି ଯୁବକ-ଯୁବତୀ।
୧୯-ନୂଆ ଦିଲ୍ଲୀ:ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପବନ ଖେଡ଼ା।
୨୦-ପୂର୍ବରୁ ସୁନାଦର ଦେଢ଼ ଲକ୍ଷ ଟପିଥିଲେ ମଧ୍ୟ ଏହା କ୍ରମଶଃ ହ୍ରାସ ପାଇ ଲକ୍ଷେ ୩୦ ତଳକୁ ଖସିଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ସୁନାଦର ଦେଢ଼ ଲକ୍ଷ ଟଙ୍କା ଅତିକ୍ରମ କରିଛି।
୨୧-କୋଲକାତା:ପଶ୍ଚିମବଙ୍ଗରେ ମୋଦୀଙ୍କ ଘୋଷଣା, ବିଜେପି ଆସିଲେ ପିଏମ୍ କିଶାନରେ ମିଳିବ ୯ ହଜାର ଟଙ୍କା।
୨୨-ନୂଆଦିଲ୍ଲୀ:ହରଭଜନଙ୍କ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରତ୍ୟାହୃତ, କେନ୍ଦ୍ରୀୟ ବଳ ମୁତୟନ।
୨୩-୪୫ ବର୍ଷ ପରେ, ଯେଉଁଠି ରୋନାଲ୍ଡ ରୀଗନଙ୍କୁ ହୋଇଥିଲା ଗୁଳିମାଡ,ସେଇଠି ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ହେଲା ଗୁଳିକାଣ୍ଡ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
