ବରଙ୍ଗେଇ ଯୁବକ ସଂଘର ସଫେଇ ଅଭିଯାନ


![]()
ଛତ୍ରପୁର ତା ୧/୨/୨୬ (ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗ୍ରାମରେ ବରଙ୍ଗେଇ ଯୁବକ ସଂଘ ପକ୍ଷରୁ ଏକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ଗ୍ରାମର ଶତାଧିକ ଯୁବକ ସ୍ୱଇଚ୍ଛାରେ ଯୋଗଦେଇ ଗ୍ରାମର ରାସ୍ତାଘାଟ, ସାର୍ବଜନିକ ସ୍ଥାନ ଓ ମନ୍ଦିର ପରିସର ସଫା କରିଥିଲେ।
ସଫେଇ ସମୟରେ ଯୁବକମାନେ ସ୍ୱଚ୍ଛତା ରକ୍ଷା ସହ ସ୍ୱସ୍ଥ ପରିବେଶ ଗଢ଼ିବା ନେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ଯୁବକ ସଂଘର ଏହି ସାମୂହିକ ପ୍ରୟାସକୁ ଗ୍ରାମବାସୀମାନେ ସ୍ୱାଗତ ଓ ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ଏଭଳି ସମାଜସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
