Share

➡️୧-ଆମ ହସ୍ପିଟାଲ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’ କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’ l

➡️୨-ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ। ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l

➡️୩-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଭକ୍ତମାନଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର। ଆରମ୍ଭ ହେଲା ଓବିସିସି ଖନନ କାର୍ଯ୍ୟ l ଏମାର ମଠ ନିକଟରେ ଏନେଇ ମାଟି ଖନନ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ବେସ୍ ମେଣ୍ଟ କରାଯିବା ପରେ ଫାଉଣ୍ଡେସନ ପ୍ରସ୍ତୁତ ହେବ ।

➡️୪-ଅମୃତ ଭାରତ ଯୋଜନାରେ କେନ୍ଦୁଝରଗଡ଼ ଷ୍ଟେଶନର ପୁନର୍ବିକାଶ ପାଇଁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

➡️୫-ପ୍ରାୟ 41,000 କୋଟି ଟଙ୍କାର 2000 ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଶିଳାନ୍ୟାସ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୬-ଏଣିକି ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡିଶା ମ୍ୟାଜିକ୍ କାର୍ଡ’ l ଏହି କାର୍ଡ ପାଇଁ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବାକୁ ଥିବାବେଳେ, ଅଗଷ୍ଟ ୧୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ବଣ୍ଟାଯିବ l ଏହି କାର୍ଡ ସାହାଯ୍ୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସୁବିଧା ଯେପରିକି ବସ୍ ,ଟ୍ରେନ୍ ଓ ବିମାନରେ ରିହାତି ପାଇପାରିବେ ।

➡️୭-ଦ୍ୱାରିକା ଗସ୍ତ କରି ଦ୍ୱାରିକାଧିଶଙ୍କ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ l ପ୍ରଧାନମନ୍ତ୍ରୀଙ୍କ ଏହି ସମୟର ଫଟୋ, ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି ।

➡️୮-ୟାମୀ ଗୌତମଙ୍କ ଫିଲ୍ମ ‘ଆର୍ଟିକିଲ ୩୭୦’ ମରୁଭୂମିର ଦେଶ ଆରବରେ ହେଲା ବ୍ୟାନ୍ । ଏଣିକି କୌଣସି ଆରବ ଦେଶରେ ଆର୍ଟିକଲ ୩୭୦ ମୁକ୍ତିଲାଭ କରିପାରିବ ନାହିଁ l

➡️୯-ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀରେ ଗର୍ଜିଲା କଂଗ୍ରେସ । ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି, ପୁଲିସ-କଂଗ୍ରେସ କର୍ମୀ ମଧ୍ୟରେ ହେଲା ଧସ୍ତାଧସ୍ତି l

➡️୧୦-ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଦେଶର ୧୪ ନୁଆ ବନ୍ଦରରେ ଆରମ୍ଭ ହେବ ଡିଜି ଯାତ୍ରା ସର୍ଭିସ୍, ସହର ତାଲିକାରେ ରହିଛି ଭୁବନେଶ୍ବର l

➡️୧୧-ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ବର୍ଷ ବୟସରେ ହେଲା ନିଧନ l ଗଜଲ ଦୁନିଆରେ ଜଣେ ଉଜ୍ଜ୍ୱଳମୟ ତାରକା ଥିଲେ ପଙ୍କଜ ଉଧାସ ।

➡️୧୨-ମିଳିତ ଚାଷୀ ସଂଘ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ରାଲିରେ ଶହ ଶହ ଚାଷୀ ହେଲେ ସାମିଲ l ପଞ୍ଜାବ-ଦିଲ୍ଲୀ, ହରିଆଣା-ଦିଲ୍ଲୀ ସୀମା ଶମ୍ଭୁ ଓ ଖନୌରୀ ସୀମାରେ ଏକାଠି ହୋଇଥିବା ଚାଷୀଙ୍କୁ ନେଇ ଟ୍ରାକ୍ଟର ରାଲି କରୁଛି ମିଳିତ ଚାଷୀ ସଂଗଠନ ।

➡️୧୩-ବାଲାକୋଟ୍ ଏୟାରଷ୍ଟ୍ରାଇକର ୫ମ ବାର୍ଷିକୀରେ ଗୋଳାବାରୁଦ ଓ କ୍ଷେପଣାସ୍ତ୍ର କାରଖାନା ଉଦଘାଟନ କଲା ଆଦାନୀ ଗ୍ରୁପ୍ l

➡️୧୪-Paytm ବ୍ୟାଙ୍କର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା l ବିଜୟ ଶେଖର ଶର୍ମା Paytmର ପାର୍ଟ ଟାଇମ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରୁଥିଲେ।

➡️୧୫-ଚର୍ଚ୍ଚାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ । କହିଲେ ବିଜେପି ଯୋଗୁଁ ଦିଲ୍ଲୀରେ ଦୁର୍ବିସହ ହେଲାଣି ଜୀବନ । କହିଲେ ପରିଶ୍ରମ ଓ ତ୍ୟାଗ ପାଇଁ ମୋତେ ମିଳୁ ନୋବେଲ ପୁରସ୍କାର l

➡️୧୬-ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଆହ୍ଲାବାଦ ହାଇକୋର୍ଟ ଦେଲେ ଅନୁମତି ।

➡️୧୭-ରେଗୁଲଟରୀ ନିୟମର ପାଳନ ନକରିବା ଯୋଗୁଁ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ l

➡️୧୮-‘ସିକ୍କିମ ଶିଶୁ ସମୃଦ୍ଧି ଯୋଜନା’ ଘୋଷଣା କଲେ ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ l ଏହି ଯୋଜନାରେ ରାଜ୍ୟ ସରକାର ନବଜାତ ଶିଶୁଙ୍କ ଆକାଉଣ୍ଟରେ ୧୦ ହଜାର ୮୦୦ ଟଙ୍କା ଫିକ୍ସ ଡିପୋଜିଟ୍ କରିବେ। ପିଲାର ବୟସ ୧୮ ବର୍ଷ ହେଲେ ମାଚ୍ୟୁରିଟି ସହ ଟଙ୍କା ଉଠାଇ ହେବ l

➡️୧୯-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କଲା ଟିମ ଇଣ୍ଡିଆ । ୫ଟି ୱିକେଟରେ ଏହି ମ୍ୟାଚ ବିଜୟୀ ହେବା ସହ ସିରିଜ ଉପରେ ମଧ୍ୟ କବଜା କଲା ରୋହିତ ସେନା ।

➡️୨୦-ମାତ୍ର ୧୯ ବର୍ଷରେ ୯୦ ମିଟର ଜାଭେଲିନ ଫିଙ୍ଗିଲେ ଜର୍ମାନୀର ମ୍ୟାକ୍ସ ଡିହନିଙ୍ଗ ଖେଳାଳି, ଅଲମ୍ପିକ୍ସ ପୂର୍ବରୁ ଚିନ୍ତାରେ ପଡିଲେ ନୀରଜ ଚୋପ୍ରା l ପୁରୁଷ ଜାଭେଲିନ୍ ଥ୍ରୋ ଇତିହାସରେ ୯୦ ମିଟର ରେକର୍ଡ ଅର୍ଜନ କରିବା ଏବଂ ଅଲିମ୍ପିକ୍ସ ବର୍ଷରେ ଏହି ମାର୍କ ଅତିକ୍ରମ କରିବାରେ ଡିହନିଙ୍ଗ ସର୍ବକନିଷ୍ଠ ଭାବେ ଏହି ସଫଳତା ପାଇଛନ୍ତି।

➡️୨୧-ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା lଡି-ଓ୍ବାଇ କ୍ରିକେଟ ଷ୍ଟାଡିିୟମରେ୍‌ ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ ବିପକ୍ଷ ଏକ ମ୍ୟାଚରେ ରିଲାଏନ୍ସ ଓ୍ବାନ୍‌’ର ୨ ଉଇକେଟ ବିଜୟ ମ୍ୟାଚରେ ପାଣ୍ଡ୍ୟା ୩ ଓଭର ବୋଲିଂ କରି ୨୨ ରନ୍‌ ବିନିମୟରେ ୨ ଉଇକେଟ କଲେ ଅକ୍ତିଆର l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।