May 18, 2024

ଦୁର୍ଗାଭାଇଙ୍କ ନୂଆବାଡି ରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା …

Share


ପୁରୀଜିଲ୍ଲା ଗୋପ ବ୍ଲକ ବୀରତୁଙ୍ଗ ଗ୍ରାମର ଦୁର୍ଗାଭାଇଙ୍କ ନୂଆବାଡ଼ି ଠାରେ ତିନିଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ମହାରାଜଙ୍କ ଭକ୍ତ ସମ୍ମିଳନୀ ଧୂମାଧାମ ର ସହିତ ଚାଲିଥିବା ବେଳେ ହଠାତ ସନ୍ଧ୍ୟାରେ ପହଂଚିଥିଲେ ଅନୁଷ୍ଠାନ ର ଅଭ୍ୟର୍ଥନା କମିଟିର ସଭାପତି ମାନ୍ୟବର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା l ମନ୍ତ୍ରୀ ସିଧା ମଞ୍ଚକୁ ଆସିଲେ ଠାକୁରଙ୍କ ଆଶୀର୍ବାଦ ନେଇ ମଞ୍ଚରେ ବସି ଠାକୁରଙ୍କ ବିଷୟରେ କହୁଥିବା ବକ୍ତାମାନଙ୍କର ଆଲୋଚନାକୁ ଘଣ୍ଟାଏ ଧରି ବସି ଶୁଣିଥିଲେ l ଜଣେ ମନ୍ତ୍ରୀ ହୋଇବି ସମସ୍ତଙ୍କ ସହିତ ବସି ଦୁର୍ଗାଭାଇ ଓ ଠାକୁର ନିଗମାନନ୍ଦ ସରସ୍ବତୀ ମହାରାଜଙ୍କ ଭିତରେ ଥିବା ସମ୍ପର୍କ କାହାଣୀକୁ ମନଧ୍ୟାନ ଦେଇ ଶୁଣିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)