May 18, 2024

ମହିଳା କୁସ୍ତି ଯୋଧ୍ୟା ମାନକୁଂ ଯୌନ ନିର୍ଯାତନା କରୁଥିବା ବିଜେପି( mp) ବ୍ରିଜଭୁଷଣ ସିଂ ଗିରଫ କରିବା ନେଇ ଦେଶ ବ୍ୟାପୀ ପ୍ରତିବାଦ ଦିବସ

Share

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଚଳିତ ମାସ ଜୁଲାଇ 01 06 2023 ତାରିଖରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ବିଜେପି ର (ଏମପି) ବ୍ରିଜ୍ ଭୁଷଣ ସିଂ ଯୌନ ନିର୍ଯାତନା କରିବା ପ୍ରତିବାଦ ରେ ଗୁଣପୁର ବାଇପାସ୍ ଓ ରାମନାଗୁଡା ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରlଯିବା ସହ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ 3 ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ସଂସଦ ଭବନ ଆଗରେ ଆନ୍ଦୋଳନ କରିବାକୁ ଯାଉଥିଲାବେଳେ ଦିଲ୍ଲୀ ପୋଲିସ ଏହି କୁସ୍ତିଯୋଦ୍ଧା ମାନଙ୍କୁ ଉଠାଇ ନେଉଛନ୍ତି ଓ ସେମାନଙ୍କ ନାମରେ ମିଥ୍ୟା କେସ ରୁଜ କରିଛନ୍ତି l ଏଥି ସହ ଭାରତ ପାଇଁ ଗର୍ବ ଆଣିଥିବା କ୍ରୀଡ଼ାବିତ ମାନଙ୍କୁ ପୋଲିସ ଯେଉଁଭଳି ବ୍ୟବହାର ପଦର୍ଶନ କରିବା, ବ୍ରିଜ ଭୂଷଣ ସିଂ ଙ୍କୁ ଗିରଫ କରିବା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜୁନ 1 ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ କରାଯାଇଛି l ମହିଳା କୁସ୍ତି ଯୋଦ୍ଧା ମାନେ ଅଭିଯୋଗ କରିଛନ୍ତି ଯେ କୁସ୍ତି ଯୋଦ୍ଧା ମହାସଂଘ ର ଅଧକ୍ଷ ବ୍ରିଜ ଭୁଷଣ ସିଂ ସେମାନ ଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି l

ବ୍ରିଜ ଭୁଷଣ ସିଂ ବିଜେପି ର ସଂସଦ ଥିବା ଯୋଗୁ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି

ଅପର ପକ୍ଷରେ ପୋଲିସ କୁସ୍ତି ଯୋଦ୍ଧା ଙ୍କ ଉପରେ ଦମନ ଲୀଳା ଚଳାଇଛନ୍ତି।

ଦାବି ସମୁହ

1 – ମହିଳା କୁସ୍ତି ଯୋଧ୍ୟା ମାନକୁଂ ଯୌନ ନିର୍ଯାତନା କରୁଥିବା ବିଜେପି ଏମପି ବ୍ରିଜ୍ ଭୁଷଣ ସିଂ କୁ ଗିରଫ କରାଯାଉ।

2 -ମହିଳା କୁସ୍ତି ଯୋଧ୍ୟା ମାନକୁଂ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ।

3 – ମହିଳା କୁସ୍ତି ଯୋଧ୍ୟା ମାନକୁଂ ଯୌନ ନିର୍ଯାତନା ଦେଇଥିବା ବ୍ରିଜ ଭୁଷଣ ସିଂ କୁ (mp) ପଦ ରୁ ବହିଷ୍କାର କରାଯାଉ।