May 18, 2024

ଶ୍ରୀକ୍ଷେତ୍ର ରୁ ଓଡ଼ିଶା ର ସମସ୍ଥ୍ ବିଜେପି ପାର୍ଥୀ ଙ୍କ ପାଇଁ ଯିବ ଜଗନ୍ନାଥ ଙ୍କ ବିଜୟ ମାଳ ଓ ମହାପ୍ରସାଦ….

Share


ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଶା ର ଅସ୍ମିତା ଓ ଓଡ଼ିଶା ର ମଙ୍ଗଳ କାମନା କରି ଭାରତୀୟ ଜନତା ପାର୍ଟି ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ପାଇଁ ପାର୍ଥୀ ଚୟନ କରିଛି।ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ର ଅସ୍ମିତା ଏବଂ କୋଟି କୋଟି ଓଡିଆ ଙ୍କ ହୃଦୟର ଦେବତା।ଶ୍ରୀମନ୍ଦିର ସୁରକ୍ଷା ,ଶୃଙ୍ଖଳିତ ଦର୍ଶନ ଓ ସେବାୟତ କଲ୍ୟାଣ ତଥା ଓଡ଼ିଶା ର ଉନ୍ନତି ପାଇଁ ମାନ୍ୟବର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ବାନ ଦେଇଛନ୍ତି ତାକୁ ସଫଳ କରିବାକୁ ହେଲେ ମହାପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ।ଏହି କାରଣରୁ ଆସନ୍ତା ତା ୮ରିଖ ଦିନ ୧୦ ଟା ସମୟରେ ସିଂହଦ୍ଵାର ଠାରୁ ଏକ ବିଶେଷ ପଟୁଆରରେ ମହାପ୍ରଭୁ ଙ୍କ ଅଙ୍ଗବସ୍ତ୍ର,ମାଳ,ମହାପ୍ରସାଦ,ପତିତପାବନ ବାନା,ଘୋଷଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ତଥା ଲୀଳାମୟ ଙ୍କ ଫଟୋଚିତ୍ର ବିଜେପି ଦଳର ସମସ୍ଥ ବିଧାନସଭା ଓ ଲୋକସଭା ପାର୍ଥୀନକୁ ପୁରି ର ଏକସ୍ୱତନ୍ତ୍ର ଦଳ ସମଗ୍ର ରାଜ୍ୟ ପରିଭ୍ରମଣ କରିବେ ବୋଲି ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ରେ ଜଗନ୍ନାଥ ଦର୍ଶନ,ପୁରୀ ର ଆବାହକ ତଥା ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ଯୁବ ଦଇତାପତି ସେବାୟତ ଭବାନି ଦଇତାପତି ସୂଚନା ପ୍ରଦାନ କରିଛନ୍ତି।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)